ମେଟ୍ରୋ ଓଡିଶା (୮ .୪.୨୦୨୨) :
ଆସନ୍ତାକାଲି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଆଜି ଅନୁଷ୍ଠିତ ହେବ ନେତ ଉତ୍ସବ। ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ନୀତି ପରେ ରାତିରେ ଶୁଭ ମୁହୂର୍ତ୍ତରେ ରଥ ପ୍ରତିଷ୍ଠୀ ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଭୋର ୫ଟାରେ ମଙ୍ଗଳ ଆଳତୀ ଅବକାଶ ନୀତି ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯିବ। ଅପରାହ୍ନ ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ଶ୍ରୀ ଜିଉଙ୍କ ପହଣ୍ଡି କରାଯାଇ ରଥାରୁଢ କରାଯିବ।

୩ଟା ୩୦ରୁ ଆରମ୍ଭ ହେବ ରଥଟଣା। ୧୩ରେ ବାହୁଡ଼ା। ଆସନ୍ତାକାଲି ଓ ୧୩ ତାରିକ ଦିନ ମାଉସୀ ମାଆ ଛକ ଠାରୁ ରଥ ରୋଡ୍ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଲାଗୁ କରିଛି ପୋଲିସ ପ୍ରଶାସନ। ରୁକୁଣା ରଥ ଯାତ୍ରା ପାଇଁ ୧୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।