ମେଟ୍ରୋ ଟିଭି ଓଡିଶା (୨.୬.୨୦୨୨)
ଆସନ୍ତା ୪ ତାରିଖରେ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ବୈଦିକ ରୀତିନୀତି ଓ ଲୋକାଚାରରେ ମଣିବାବାଙ୍କ ସହ ମାତା ପାର୍ବତୀଙ୍କର ବାହାଘର ଅନୁଷ୍ଠିତ ହେବ । ଏଥିପାଇଁ ପୀଠରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶୁକ୍ରବାର ବରପିତା ଓ କନ୍ୟାପିତା ନିଜ ଘରକୁ ମଣିବାବାଙ୍କ ଚଳନ୍ତିପ୍ରତିମା ହର ଓ ମାତା ପାର୍ବତୀଙ୍କ ଗୌରୀଙ୍କୁ ନେଇ ମଙ୍ଗଳକୃତ୍ୟ ନୀତି କରିବେ ବୋଲି ନୀତିନୀର୍ଘଣ୍ଟ କରାଯାଇଛି। ଏଥିପାଇଁ ଉଭୟ ବରପିତା ଓ କନ୍ୟାପିତାଙ୍କ ଘର ହୋଇ ଉଠିଛି ଉତ୍ସବମୁଖର ।

ବନ୍ଧୁପରିଜନଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ବରାନୁଗମ ଶୋଭାଯାତ୍ରାରେ ଚଳିତବର୍ଷ ୧୧ଟି ଜିଲାରୁ ୧୮ଗୋଟି ପାରମ୍ପରିକ ଲୋକବାଦ୍ୟ ସହ ନୃତ୍ୟ ଶିଳ୍ପୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।ତାହାସହ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ମେଦିନୀପୁରର ମୟୂରଚୁଳିଆ ବାଦ୍ୟ ଆସିବ ବୋଲି ସ୍ଥିର ହୋଇଛି । ଏଥିପାଇଁ ପାଖାପାଖି ୧୬ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହେବାର ବ୍ୟୟବରାଦ କରାଯାଇଛି । ଗତ୨ବର୍ଷ କରୋନା କଟକଣା ଯୋଗୁ ବିଧିବିଧାନ ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଚଳିତବର୍ଷ ଭକ୍ତଙ୍କ ଗହଣରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହେବ।