ଆଜିଠୁ ଓଡିଶା ଉପକୂଳ ସମୁଦ୍ରରେ ମାଛଧରା ନିଷେଧ
ଆଜିଠୁ ଓଡିଶା ଉପକୂଳ ସମୁଦ୍ରରେ ମାଛଧରା ନିଷେଧ। ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୪ ତାରିଖ ଯାଏଁ ମାଛଧରା ନେଇ କଟକଣା ଜାରି କରାଯାଇଛି। ପ୍ରଜନନ ସମୟରେ ମାଛ ବଂଶ ବୃଦ୍ଧି ତଥା ମତ୍ସ୍ୟ ସମ୍ପଦର ସଂରକ୍ଷଣ ଉର୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ଓଡିଶା ମତ୍ସ୍ୟ ନିର୍ଦେଶାଳୟ ପକ୍ଷରୁ ଗଞ୍ଜାମ, କୁଜଙ୍ଗ, ବାଲେଶ୍ଵର ଓ ପୁରୀ ମତ୍ସ୍ୟ ଅଧିକାରୀ ଙ୍କୁ ଏ ନେଇ ଚିଠି କରାଯାଇଛି। ଓଡିଶା ମେରାଇନ୍ ଫିସିଂ ରେଗୁଲେସନ୍ ଆକ୍ଟର କଡାକଡି ପାଳନ ପାଇଁ ନିର୍ଦେଶ ରହିଛି। ଆଇନ୍ ଅମାନ୍ୟ କଲେ ମତ୍ସ୍ୟଜୀବୀ ଙ୍କୁ ଜେଲ ଓ ଜରିମାନା ଭୋଗିବାକୁ ପଡିପାରେ। ମାଛ ଧରା ବନ୍ଦ ଦ୍ଵାରା କେବଳ ପାରାଦୀପରେ ପ୍ରାୟ ୭ ଶହ ଟ୍ରଲର ମାଛ ଧରିବାରୁ ବଞ୍ଚିତ ରହିବେ। ଏବଂ ସେଥିରେ ନିୟୋଜିତ ଥିବା ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ଏବେ ଦୁଇ ମାସ ଯାଏଁ ହାତ ବାନ୍ଧି ବସିବେ ବୋଲି ସୂଚନା ମିଳିଛି।