‘ଅସାନି’ ପ୍ରଭାବରେ ସମୁଦ୍ର କୂଳରେ ଲାଗିଲା ରଥ
ମେଟ୍ରୋଟିଭିଓଡିଶା(୧୧.୫.୨୦୨୨)
ସମୁଦ୍ରକୂଳକୁ ଭାସି ଆସିଲା ସୁନା ରଥ । ବାତ୍ୟା ‘ଅସାନି’ ପ୍ରଭାବରେ ସମୁଦ୍ର ଅଶାନ୍ତ ରହି ଥିବା ବେଳେ ଆନ୍ଧ୍ର ଶ୍ରିକାକୁଲମ ଜିଲ୍ଲାର ସନ୍ଥବମାଲି କୂଳକୁ ଏକ ସୁନାର ରଥ ସଦୃଶ୍ୟ ଭାସି ଆସିଛି । ଏଥିରେ ଥାଇ ବା ମଲେଶିୟା ଭାଷାରେ କିଛି ଲେଖା ହୋଇ ଥିବା ଦେଖିବାକୁ ମିଳିଛି ।

ତାହା ସହ ଏଥିରେ ବୌଦ୍ଧ କଳାକୃତି ଥିବା କୁହାଯାଉଛି । ତେଣୁ ସମ୍ଭବତଃ ଏହା ଥାଇଲାଣ୍ଡରୁ ସୁମୁଦ୍ରରେ ଭାସି ଆସିଥିବା ଅନୁମାନ କରାଯାଇଛି । ଶ୍ରୀକାକୁଲମ କୋଷ୍ଟ ଗାର୍ଡ ପକ୍ଷରୁ ଏହି ସୁନ୍ଦର ରଥ ସଦୃଶ୍ୟ ଡୋଙ୍ଗା ଟିକୁ ଜବତ କରାଯାଇଛଇ । ଏହା କେଉଁଠୁ ଆସିଲା ଏବଂ ଏହା କେଉଁ ସ୍ଥାନର ବୋଲି ତଦନ୍ତ ଆରମ୍ଭ ହୋଇଛି।