ଅସମ୍ଭାଳ ତାତି, ତାପମାତ୍ରା ପାର୍ କରିବ ୪୫ ଡିଗ୍ରୀ

ଅସମ୍ଭାଳ ତାତି, ତାପମାତ୍ରା ପାର୍ କରିବ ୪୫ ଡିଗ୍ରୀ

ମେଟ୍ରୋଟିଭିଓଡିଶା(୩.୪.୨୦୨୨):

ଏପ୍ରିଲରୁ ଅସମ୍ଭାଳ ହେଲାଣି ରାଜ୍ୟରେ ତାତି।୨ ସପ୍ତାହବେଳକୁ ତାପମାତ୍ରା ୪୫ ଡିଗ୍ରୀ ପାର୍ କରିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରୁଛନ୍ତି। କିଛି ଦିନ ହେଲା ପଶ୍ଚିମ ଓଡ଼ିଶା ଡହଡହ ଜଳୁଥିବାବେଳେ ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ପାର କରିଛି।

ରାଜସ୍ଥାନ ଆଡୁ ଗରମ ଶୁଷ୍କ ଉତ୍ତର-ପଶ୍ଚିମା ପବନ ପ୍ରବାହ କରୁଛି। ଏଣେ ବଙ୍ଗୋପସାଗରରୁ ଉପକୂଳ ଓଡ଼ିଶାକୁ ପବନ ବହିବା ହେତୁ ପଶ୍ଚିମା ପବନ କେବଳ ପଶ୍ଚିମ ଓଡ଼ିଶାରେ ସୀମିତ ରହୁଛି। ସେଠି ପଶ୍ଚିମା ପବନ ପୁଞ୍ଜିଭୂତ ହେବାରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ୁଛି। ଚଳିତ ମାସର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଉପକୂଳରେ ତାପମାତ୍ରା ବଢ଼ିବାର ସମ୍ଭାବନା ନାହିଁ; ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେସର୍ବାଧିକ ତାପମାତ୍ରା ପ୍ରାୟତଃ ୩୬ ଡିଗ୍ରୀ ସେଲସିୟସ ପାଖାପାଖି ରହିବ। ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାକେତେକ ସ୍ଥାନରେ ଏହା ୪୫ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।