ଅଫଲାଇନରେ ହେବ ବୋର୍ଡ଼ ପରୀକ୍ଷା

# offline exam

ମେଟ୍ରୋ ଟିଭି ଓଡିଶା (୨୩ .୨.୨୦୨୨) :

ଅଫଲାଇନ ବୋର୍ଡ଼ ପରୀକ୍ଷା ବାତିଲ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ବୁଧବାର ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ, ଏପରି ଆବେଦନ ଛାତ୍ରଛାତ୍ରୀମାନଙ୍କୁ ମିଥ୍ୟା ସାନ୍ତ୍ୱନା ଦେଇଥାଏ ।

କୋର୍ଟଙ୍କ ଏହି ପଦକ୍ଷେପ ସହ ଏହା ସ୍ପଷ୍ଟ ହୋଇଛି ଯେ, ଚଳିତ ବର୍ଷ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫଲାଇନରେ ହିଁ ହେବ।