୨୫୭ ରନ୍ ଆଗରେ ଟିମ୍ ଇଣ୍ଡିଆ
ମେଟ୍ରୋ ଟିଭି ଓଡିଶା (୪.୭.୨୦୨୨)
ସ୍ଥାନୀୟ ଏଜ୍ବାଷ୍ଟନଠାରେ ଚାଲିଥିବା ପୁନଃ ନିର୍ଦ୍ଧାରିତ ୫ମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୪ ରନ୍ କରି ଅଲ୍ଆଉଟ ହୋଇଯାଇଛି। ଜବାବରେ ଭାରତ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇକେଟ ହରାଇ ୧୨୫ ରନ୍ ସଂଗ୍ରହ କରିଛି। ଚେତେଶ୍ୱର ପୂଜାରା ୫୦ ଓ ରିଷଭ ପନ୍ତ ୩୦ ରନ୍ କରି କ୍ରିଜ୍ରେ ରହିଛନ୍ତି। ଓପ୍ନର ଶୁବମନ ଗିଲ୍ ୪ ରନ୍ କରି ଜେମ୍ସ ଆଣ୍ଡରସନଙ୍କ ବଲ୍ରେ ଜ୍ୟାକ୍ କ୍ରଲିଙ୍କ ଦ୍ୱାରା କ୍ୟାଚ୍ଆଉଟ ହୋଇଥିଲେ। ସେହିପରି ହନୁମା ବିହାରୀ ୧୧ ଏବଂ ବିରାଟ କୋହଲି ୨୦ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି।ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ୍ ଓ ବେନ୍ ଷ୍ଟୋକ୍ସ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଛନ୍ତି। ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିଥିବା ଭାରତ ରବିବାର ଖେଳ ଶେଷ ସୁଦ୍ଧା ୨୫୭ ରନ୍ର ଆଗରେ ରହିଛି।ଇଂଲଣ୍ଡ ପ୍ରଥମ ଇନିଂସ ଅସମାପ୍ତ ସ୍କୋର ୮୪/୬ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଦଳର ସବୁଠାରୁ ସଫଳ ବ୍ୟାଟର ଜନ୍ନି ବେୟାରଷ୍ଟୋ ୧୪୦ ବଲ୍ରୁ ୧୦୬ ରନ୍ କରି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ସେ ପ୍ରଥମେ ବେନ୍ ଷ୍ଟୋକ୍ସ (୨୫)ଙ୍କ ସହ ୬୬ ରନ୍ ଏବଂ ପରେ ସାମ୍ ବିଲିଂ(୩୬ )ଙ୍କ ସହ ୯୨ ରନ୍ର ପାର୍ଟନରଶିପ୍ କରିଥିଲେ।