ପୁଣି ପଡିଆକୁ ଫେରିବେ ଶ୍ରୀସନ୍ଥ , ଖେଳିବେ ରଣଜୀ ଟ୍ରଫି
ମେଟ୍ରୋ ଟିଭି ଓଡିଶା,୯/୨ : ରଣଜୀ ଟ୍ରଫି ସିଜିନ ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ରଣଜୀ ଟ୍ରଫିରେ ଅନେକ ଜଣାଶୁଣା କ୍ରିକେଟର ପୁଣି ମଇଦାନରେ ଯାଦୁ ଦେଖାଇବାକୁ ଯାଉଛନ୍ତି। ଏଥିରେ ମୁମ୍ବାଇ ଟିମ ଆଜିଜ୍ଞ୍ୟ ରାହାଣେ ।
ସୂଚନା ଅନୁସାରେ, ରଣଜୀ ଟ୍ରଫି ଜରିଆରେ ଟିମ୍ ଇଣ୍ଡିଆର ଷ୍ଟାର ବୋଲର ଏସ ଶ୍ରୀସନ୍ଥ କମବ୍ୟାକ୍ କରୁଛନ୍ତି । ଶ୍ରୀସନ୍ଥ କେରଳ ରଣଜୀ ଟିମ୍ ପକ୍ଷରୁ ଖେଳିବ। ଏହି ଟିମର ଦାୟିତ୍ୱ ତୁଲାଇବେ ସଚିନ ବେବି। କେରଳ ଟିମର ଅଧିନାୟକ ଦାୟିତ୍ୱ ସଞ୍ଜୁ ସାମସନ କରନ୍ତି କିନ୍ତୁ ଏବେ ସେ ବାଙ୍ଗଲୋର ସ୍ଥିତ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ନିଜ ଫିଟନେସକୁ ନେଇ ବ୍ୟସ୍ତ ରହିଛନ୍ତି। ଗତବର୍ଷ ଶ୍ରୀସନ୍ଥ ଘରୋଇ କ୍ରିକେଟରେ ବିଜୟ ହଜାରେ ଟ୍ରଫି ଏବଂ ସୟୈଦ ମୁସ୍ତଫା ଅଲ୍ଲୀ ଟ୍ରଫି ଖେଳିଥିଲେ। କିନ୍ତୁ ବ୍ୟାନ୍ ହଟିବା ପରେ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଖେଳିବେ ଶ୍ରୀସନ୍ଥ।
ଶ୍ରୀସନ୍ଥ୨୦୧୨ ଆଇପିଏଲରେ ମ୍ୟାଚ ଫିକ୍ସିଂ ଅଭିଯୋଗ ହୋଇଥିଲା। ତେଣୁ ବିସିସିଆଇ ତାଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲା। ଅନେକ ଦିନର ଆଇନଗତ ଲଢେଇ ପରେ ୨୦୨୦ରେ ତାଙ୍କ ଉପରେ ଲାଗିଥିବା ମାମଲା ସମାପ୍ତ ହୋଇଥିଲା। ଏହା ପରେ ସେ ଘରୋଇ କ୍ରିକେଟ ଖେଳି ଟିମ୍ ଇଣ୍ଡିଆକୁ ଫେରିବାକୁ ଚାହୁଁଛନ୍ତି। କିନ୍ତୁ ଦିନକୁ ଦିନ ବୟସ ବଢୁଥିବାରୁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ମୁସ୍କିଲ ହୋଇପଡିଛି।
ଆସନ୍ତା ୧୨ ଓ ୧୩ ତାରିଖରେ ହେବାକୁ ଥିବା ଆଇପିଏଲ ନିଲାମ ଉପରେ ଶ୍ରୀସନ୍ଥଙ୍କ ନଜର ରହିବ। ସେ ନିଜ ନାମ ଆଇପିଏଲ ନିଲାମୀ ପାଇଁ ପଠାଇଛନ୍ତି। ଆଇପିଏଲରେ ନିଲାମ ହେବା ପୂର୍ବରୁ ଶ୍ରୀସନ୍ଥ କେରଳ ଏବଂ ହରିଆଣା ମଧ୍ୟରେ ହେବାକୁ ଥିବା ରଣଜୀ ମ୍ୟାଚରେ ନଜର ଆସିବେ।