ଆଇପିଏଲ୍ ୨୦୨୬ର ୫୪ତମ ମ୍ୟାଚ୍ – ପ୍ଲେଅଫ୍ ରେସରୁ ବାଦ୍ ପଡ଼ିଲା ମୁମ୍ବାଇ ଇଣ୍ଡିଆନ୍ସ
ପ୍ଲେଅଫ୍ ରେସରୁ ବାଦ୍ ପଡ଼ିଲା ମୁମ୍ବାଇ ଇଣ୍ଡିଆନ୍ସ । ଶେଷ ବଲରେ ଜିତିଲା ବେଙ୍ଗାଲୁରୁ । ରୋମାଞ୍ଚକର ମ୍ୟାଚକୁ ୨ ୱିକେଟରେ ଜିତିନେଇଛି ଆରସିବି । ଟସ୍ ଜିତିବା ପରେ ଆରସିବି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ତିଲକ ବର୍ମାଙ୍କ ଅର୍ଦ୍ଧଶତକ ବଳରେ ୧୬୬ ରନ କରିଥିଲେ । ଆରସିବି ଶେଷ ବଲରେ ଲକ୍ଷ୍ୟ ହାସଲ କରିଥିଲା । କୃଣାଳ ପାଣ୍ଡ୍ୟା ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ଭୁବନେଶ୍ୱର କୁମାର ଏକ ଚମତ୍କାର ଫିନିସିଂ କରିଥିଲେ ।୧୬୭ ରନର ପିଛା କରୁଥିବା RCBର ଆରମ୍ଭ ଖରାପ ଥିଲା । ତେବେ ଇନିଂସରେ କୋହଲି ନିଜର ଖାତା ଖୋଲିପାରିନଥିଲେ । ଜ୍ୟାକବ ବେଥେଲ ୨୭ ରନ କରିଥିଲେ । ପାଡିକ୍କଲ ମଧ୍ୟ ୧୨ ରନ କରି ଆଉଟ ହୋଇଥିଲେ ।
ଏହା ପରେ କୃଣାଳ ପାଣ୍ଡ୍ୟା ଏକ ଭଲ ଇନିଂସ ଖେଳି ଇନିଂସକୁ ସ୍ଥିର କରିବାକୁ ଚେଷ୍ଟା କରିଥିଲେ । ପାଣ୍ଡ୍ୟା ୪୬ ବଲରେ ୪ ଚୌକା ଏବଂ ୫ ଛକା ମାରି ୭୩ ରନ କରିଥିଲେ । ପ୍ରଥମେ ବ୍ୟାଟିଂ କରିଥିଲେ ବି ମୁମ୍ବାଇର ଆରମ୍ଭ ମଧ୍ୟ ଖରାପ ରହିଥିଲା । ପ୍ରଥମ ଓଭରରେ ରିଆନ ରିକେଲଟନ ଆଉଟ ହୋଇଥିଲେ । ରୋହିତ ଶର୍ମା ୨୨ ରନ କରିଥିଲେ । କିନ୍ତୁ ସେ ମଧ୍ୟ ଭୁବନେଶ୍ୱର କୁମାରଙ୍କ ବଲରେ ପଡ଼ିଯାଇଥିଲେ। ସୂର୍ଯ୍ୟ ତାଙ୍କ ଖାତା ଖୋଲିପାରି ନଥିଲେ । ତଥାପି, ତିଲକ ବର୍ମା ଏବଂ ନମନ ଧୀରଙ୍କ ମଧ୍ୟରେ ଏକ ଦୃଢ଼ ଭାଗୀଦାରି ଗଢ଼ି ଉଠିଥିଲା । ନମନ ଧୀର ୪୭ ରନ କରିଥିଲେ, ଯେତେବେଳେ ତିଲକ ବର୍ମା ୫୭ ରନ କରିଥିଲେ। ଏହା ମୁମ୍ବାଇକୁ ୧୬୬ ରନରେ ପହଞ୍ଚିବାରେ ସାହାଯ୍ୟ କରିଥିଲା । ଭୁବନେଶ୍ୱର କୁମାର ୪ ୱିକେଟ ନେଇଥିଲେ ।