ଆଇପିଏଲରେ ପ୍ରଥମ ବ୍ୟାଟର୍ ଭାବେ ୯ ହଜାର ରନ୍ ପୂରଣ କଲେ କିଙ୍ଗ କୋହଲି

ଆଇପିଏଲରେ ପ୍ରଥମ ବ୍ୟାଟର୍ ଭାବେ ୯ ହଜାର ରନ୍ ପୂରଣ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୨୩ ରନ୍ କରିବା ପରେ କିଙ୍ଗ କୋହଲି ରେକର୍ଡ କରିଛନ୍ତି । ଦିଲ୍ଲୀ ବିପକ୍ଷ ମ୍ୟାଚରେ ସେ ୧୫ଟି ବଲ୍ରେ ଅପରାଜିତ ୨୩ ରନ କରିଥିଲେ । ଏହି ମ୍ୟାଚ ପୂର୍ବରୁ କୋହଲି ୯ ହଜାର ରନଠୁ ମାତ୍ର ୧୧ ରନ ଦୂରରେ ରହିଥିଲେ । ତାହା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ପୂରଣ ହୋଇଛି ।
ବିରାଟ କୋହଲି ପ୍ରଥମ ଖେଳାଳି ଭାବେ ଆଇପିଏଲରେ ୯୦୦୦ ରନ୍ ପୂରଣ କରିଛନ୍ତି । ସେ ୨୭୫ତମ ମ୍ୟାଚ ଓ ୬୭୩୨ଟି ବଲ୍ ଖେଳି ୯୦୦୦ ରନ ପୂରଣ କରିଥିଲେ । ୭୧୮୩ ରନ୍ ସହ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଶିଖର ଧୱନ ୬୭୬୯ ରନ ସହ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି ।

IPL ଇତିହାସରେ ସର୍ବାଧିକ ରନ୍ ସ୍କୋର:

ବିରାଟ କୋହଲି – ୯୦୧୨ ରନ୍
ରୋହିତ ଶର୍ମା – ୭୧୮୩ ରନ
ଶିଖର ଧୱନ – ୬୭୬୯ ରନ୍
ଡେଭିଡ୍ ୱାର୍ଣ୍ଣର – ୬୫୬୫ ରନ୍
କେଏଲ ରାହୁଲ – ୫୫୮୦ ରନ

ସୁରେଶ ରାଇନା – ୫୫୨୮ ରନ୍

ବେଙ୍ଗାଲୁରୁର ଅଧିନାୟକ ରଜତ ପାଟିଦାର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀକୁ ବେଙ୍ଗାଲୁରୁର ବୋଲରମାନେ ୧୦୦ ରନ ସ୍କୋରରେ ପହଞ୍ଚିବାକୁ ଦେଇନଥିଲେ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୭୫ ରନରେ ଅଲଆଉଟ୍ ହୋଇଥିଲା । ଯାହାକୁ ଆରସିବି ୬.୩ ଓଭରରେ ମ୍ୟାଚ ଜିତିନେଇଥିଲା । ବେଙ୍ଗାଲୁରୁ ପାଇଁ, ଭୁବନେଶ୍ୱର କୁମାର ସର୍ବାଧିକ ୪ ୱିକେଟ୍ ନେଇଥିଲେ । ଏହା ସହିତ ହେଜେଲଉଡ୍ ୩ ୱିକେଟ୍ ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ପାୱାର ପ୍ଲେ ସମୟରେ ସର୍ବନିମ୍ନ ସ୍କୋରର ରେକର୍ଡ ସ୍ଥାପନ କରିଥିଲା । ଦଳ ପ୍ରଥମ ୬ ଓଭରରେ ୬ ୱିକେଟ ହରାଇ କେବଳ ୧୩ ରନ ସଂଗ୍ରହ କରିପାରିଥିଲା ।

Leave a comment