ଓଡ଼ିଶା ଜଗରନଟ୍ସ ବନାମ ତେଲଗୁ ଯୋଦ୍ଧାସ୍ ଲଢ଼େଇ

ଅଲଟିମେଟ୍ ଖୋ ଖୋ ଫାଇନାଲ ମ୍ୟାଚ ଆଜି ସଂଧ୍ୟାରେ  ଓଡ଼ିଶା ଜଗରନଟ୍ସ ଓ ତେଲଗୁ ଯୋଦ୍ଧାସ୍ ମଧ୍ୟରେ ମହା ମୁକାବିଲା ହେବ ।  ଓଡ଼ିଶା ଜଗରନଟ୍ସ ‘ଅଲ୍ଟିମେଟ୍ ଖୋ ଖୋ’ ଲିଗରେ ଗୁଜରାଟକୁ ହରାଇ ଫାଇନାଲରେ ପ୍ରବେଶ କରିଛି ।

ପୁନେରେ ଚାଲିଥିବା ଖୋ ଖୋ ମ୍ୟାଚ ପାଇଁ ଓଡ଼ିଶା ଜଗରନଟ୍ସ ଖେଳାଳିମାନେ ବେଶ ଉତ୍ସାହିତ ଅଛନ୍ତି ।

https://twitter.com/ultimatekhokho/status/1566267491411603458?s=20&t=Rvfhn_Di3B0BOCM6blf-Bg

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ଖେଳାଳିଙ୍କ ସହ କଥା ହୋଇ ମନୋବଳ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଖେଳାଳିମାନେ  ବେଶ ଆନନ୍ଦିତ ହେବା ସହ ଜିତିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପ୍ରଶିକ୍ଷକ ଅଶ୍ୱିନ କୁମାର ଶର୍ମା ଏବଂ ସମସ୍ତ ଖେଳାଳି ଆନନ୍ଦିତ ହୋଇଥିଲେ । ରାଜ୍ୟ ସରକାରଙ୍କ ସମର୍ଥନ ଓ ସହଯୋଗ ପାଇଁ ସମସ୍ତେ ମିଳିତ ଭାବେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଫାଇନାଲରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ ଟ୍ରଫି ନେଇ ଭୁବନେଶ୍ୱର ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଖେଳାଳି ।