ବାରବାଟୀ  ବଡ ଲଢେଇ ,  ଟସ୍ ଜିତିଲା ଇଂଲଣ୍ଡ , ଫିଲ୍ଡିଂ କରିବ ଭାରତ

ବାରବାଟୀ  ବଡ ଲଢେଇ ।  ଟସ୍ ଜିତିଲା ଇଂଲଣ୍ଡ । ଫିଲ୍ଡିଂ କରିବ ଭାରତ। ଷ୍ଟାଡିୟମରେ ଲାଗିଲାଣି ଫ୍ୟାନଙ୍କ ଖଚାଖଚ ଭିଡ଼। ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ୫ ବର୍ଷ ପରେ ବାରବାଟୀରେ ମ୍ୟାଚ ହେଉଥିବାରୁ ଖେଳ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି ।

ଛକା, ଚୌକା ବର୍ଷା ଭିତରେ ହାଇସ୍କୋରିଂ ମ୍ୟାଚ୍ ଆଶା ରହିଛି। ଆଜି ମ୍ୟାଚ ଜିତି ଭାରତ ୱାନଡେ ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି। ବାରବାଟୀ ସବୁବେଳେ ଭାରତୀୟ ଦଳ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି ।

ଏଠାରେ ଭାରତୀୟ ଦଳ ମୋଟ ଉପରେ ୧୭ ଏକଦିବସୀୟ ମ୍ୟାଚ୍ ଖେଳିଥିଲା ବେଳେ ୧୩ଟି ମ୍ୟାଚ୍ ଜିତିଛି। ମାତ୍ର ୪ଟି ହାରିଛି । ୨୦୧୯ ମସିହାରେ ଭାରତ ଶେଷ ଥର ପାଇଁ ଏଠାରେ ୱେଷ୍ଟଇଣ୍ଡିଜ୍‌କୁ ଭେଟିଥିଲା । ଏଥର ମଧ୍ୟ ଭାରତ ସେହି ସଫଳତା ଦୋହରାଇ ଇଂଲଣ୍ଡ ବିପକ୍ଷରେ ବାରବାଟୀରେ ହିଁ ଶୃଙ୍ଖଳା ବିଜୟର ସଫଳତା ଛୁଇଁବ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।