ହିଳା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା
ଆଗାମୀ ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଆଶା ଅନୁରୂପ ଭାବେ ଦଳ ଗଠନ ହୋଇଛି । ବିସିସିଆଇ ଘୋଷଣା ଅନୁସାରେ ହରମନପ୍ରୀତ କୌର ଦଳର ଅଧିନାୟକ ଏବଂ ସ୍ମୃତି ମନ୍ଧାନା ଉପଅଧିନାୟକ ଅଛନ୍ତି। ଜେମିମା ରୋଡ୍ରିଗ୍ସ, ଶେଫାଳି ବର୍ମା ଏବଂ ରିଚା ଘୋଷଙ୍କ ସମେତ ଅନେକ ପୁରୁଣା ମୁହଁ ଦଳରେ ସ୍ଥାନ ପାଇଛନ୍ତି। ତେବେ ଆହତ କାରଣରୁ ବାଦ୍ ପଡ଼ିଥିବା ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଅମନଜୋତ୍ କୌର୍, ବ୍ୟାଟ୍ସଓମ୍ୟାନ୍ ପ୍ରତିକା ରାୱଲ ଏବଂ ହର୍ଲିନ୍ ଦେଓଲ, ଅଲରାଉଣ୍ଡର ସ୍ନେହ ରାଣା ମଧ୍ୟ ଦଳରେ ନାହାନ୍ତି। ଜୁନ୍ ୧୪ରୁ ଇଂଲଣ୍ଡରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ।
ଟି-୨୦ ବିଶ୍ୱକପ୍ ଦଳ : ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପଅଧିନାୟକ), ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ବେଜ୍, ଭାରତୀ ଫୁଲମାଲି, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟକିପର), ଶ୍ରୀଚରଣୀ, ୟାସ୍ତିକା ଭାଟିଆ (ୱିକେଟକିପର), ନନ୍ଦନୀ ଶର୍ମା, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ ଠାକୁର, କ୍ରାନ୍ତି ଗୌଡ଼, ଶ୍ରେୟଙ୍କା ପାଟିଲ, ରାଧା ଯାଦବ।