Sports ଦ୍ୱିତୀୟ ଟେଷ୍ଟରେ ଭାରତର ଦମଦାର ବିଜୟ On Feb 20, 2023 ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟ ହାସଲ କରିଛି। ଆଉ ଗୋଟିଏ ମ୍ୟାଚ ଜିତିଲେ ଭାରତ ଟେଷ୍ଟ ଚାମ୍ପିୟନସିପିର ଫାଇନାଲ ମ୍ୟାଚ ଖେଳିବ । ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଟେଷ୍ଟରେ ଭାରତ ତୃତୀୟ ଦିନରେ ୬ ୱିକେଟ୍ରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି । ଏହା ସହ ଭାରତ ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ ଆଗୁଆ ରହିଛି। ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ବୋଲିଂ ଭାଙ୍ଗି ଦେଇଥିଲା କଙ୍ଗାରୁ ଟିମ୍ର ମେରୁଦଣ୍ଡ। ଦ୍ୱିତୀୟ ଇନିଂସ୍ରେ ରବୀନ୍ଦ୍ର ଜାଡେଜା ୭ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱିନୀ ୩ ୱିକେଟ୍ ନେଇଛନ୍ତି। ଏହି ଦୁଇ ଜଣଙ୍କୁ ଛାଡ଼ି ଅନ୍ୟ କୌଣସି ବି ବୋଲର୍ ଦ୍ୱିତୀୟ ଇନିଂସ୍ରେ ୱିକେଟ୍ ନେଇପାରିନଥିଲେ। ଏହି ଦୁଇ ସ୍ପିନର କଙ୍ଗାରୁ ଟିମ୍ର ୱିକେଟ୍ ପୋଛି ନେଇଥିଲେ। ଫଳରେ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଇଂନିସରେ ୩୧ ଓଭର ୧ ବଲ ଖେଳି ୧୧୩ ରନରେ ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆର ଦ୍ବିତୀୟ ପାଳିରେ ଜାଡେଜା ନିଜ ଖେଳ ଜୀବନର ଶ୍ରେଷ୍ଠ ଟେଷ୍ଟ ବୋଲିଂ ଚିତ୍ର ୭/୪୨ ହାସଲ କରିବାରୁ ଭ୍ରମଣକାରୀ ଦଳ ମାତ୍ର ୧୧୩ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଭାରତ ୨୬.୪ ଓଭରରେ ୪ ୱିକେଟ୍ ବିନିମୟରେ ୧୧୮ ରନ୍ ସଂଗ୍ରହ କରିନେଇଥିଲା। ଶତକୀୟ ଟେଷ୍ଟରେ ଚୌକା ମାରି ଚେତେଶ୍ବର ପୂଜାରା (୩୧*) ବିଜୟ ମୁଣ୍ଡି ମାରିବାର ସ୍ମରଣୀୟ ଛାପ ଛାଡ଼ିଥିଲେ। ଭାରତ ୬ ୱିକେଟ୍ରେ ବିଜୟ ସହିତ ଲଗାତାର ଭାବେ ବର୍ଡର-ଗାଭାସ୍କର ଟ୍ରଫିକୁ ନିଜ ପାଖରେ ରଖିଛି। #india#metro tv#odisha Share