ଆଜି ଠାରୁ ଭାରତ ଇଂଲଣ୍ଡ ପ୍ରଥମ ଟେଷ୍ଟ

ଶୁକ୍ରବାରଠାରୁ ଭାରତୀୟ କ୍ରିକେଟ୍ ଦଳ ୨୦୨୫-୨୭ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପରେ ତା’ର ପ୍ରଥମ ଶୃଙ୍ଖଳା ଖେଳିବ। ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ ଶୁକ୍ରବାରଠାରୁ ଲିଡ୍‌ସର ହେଡିଂଲିରେ ଖେଳାଯିବ। ଇଂଲଣ୍ଡରେ ଭାରତର ଟେଷ୍ଟ ରେକର୍ଡ ଭଲ ନାହିଁ। ଇଂଲଣ୍ଡ ମାଟିରେ ଅଦ୍ୟାବଧି ଉଭୟ ଦଳଙ୍କ ମଧ୍ୟରେ ୧୯ଟି ଟେଷ୍ଟ ଶୃଙ୍ଖଳାରୁ ଇଂଲଣ୍ଡ ୧୪ଟି ଜିତିଥିବା ବେଳେ ଭାରତ ମାତ୍ର ୩ଟି ଜିତିଛି। ୨୦୦୭ରେ ଇଂଲଣ୍ଡରେ ଶେଷଥର ଭାରତ ଟେଷ୍ଟ ଶୃଙ୍ଖଳା ଜିତିଥିଲା। ୧୮ ବର୍ଷ ପରେ ଏହାକୁ ଦୋହରାଇବାର ସୁଯୋଗ ଶୁଭମନ ଗିଲ୍‌ଙ୍କ ଦଳ ପାଖରେ ରହିଛି। ପ୍ରାୟ ଏକ ଦଶନ୍ଧି ପରେ ୩ କ୍ରିକେଟ୍‌ ମହାରଥୀ ରବିଚନ୍ଦ୍ରନ ଅଶ୍ବିନ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବିନା ଭାରତ ଟେଷ୍ଟ କ୍ରିକେଟ୍‌ ଖେଳିବାକୁ ଯାଉଛି। ତେଣୁ ଏହି ଶୃଙ୍ଖଳା ସହ ଭାରତୀୟ କ୍ରିକେଟ୍‌ରେ ନୂତନ ଯୁଗ ଆରମ୍ଭହେବ।

Leave a comment