ଆଇପିଏଲ: ୮ ଓ୍ୱିକେଟରେ CSKକୁ ହରାଇଲା ରାଜସ୍ଥାନ ରୟାଲ୍ସ
ଆଇପିଏଲରେ ରାଜସ୍ଥାନ ରୟାଲ୍ସର ବାଜିମାତ । ୮ ଓ୍ୱିକେଟରେ CSKକୁ ହରାଇଲା । ୩୭ ବଲ ବାକିଥାଇ ୧୨୮ ରନ୍ କରି ମ୍ୟାଚି ଜିତିଥିଲା ଆରଆର । ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ଇଂନିସ ଖେଳି ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଇନିଂସରେ ଥିଲା ୪ ଚୌକା ଓ ୫ ଛକ୍କା । ୧୭ ବଲରେ ୫୨ରନର ପାଳି ଖେଳିଥିଲେ। ବୈଭବଙ୍କୁ ଏକ କୋଟି ୧୦ ଲକ୍ଷ ଟଙ୍କାରେ କିଣିଛି ରାଜସ୍ଥାନ ଟିମ । ୨୦୨୫ ସିଜନରେ ୭ ପାଳିରୁ ୨୫୨ ରନ କରିଥିଲେ ବୈଭବ। ଗୁଜରାଟ ଟାଇଟନ୍ସ ବିପକ୍ଷରେ ମାତ୍ର ୩୫ ବଲରେ ଶତକ ହାସଲ କରି ଆଇପିଏଲ୍ ର ସବୁଠାରୁ କମ୍ ବୟସ୍କ ସେଞ୍ଚୁରିଆନ୍ ହୋଇଥିଲେ । ମାତ୍ର ୧୩ ବର୍ଷ ବୟସରେ ଆଇପିଏଲ୍ ଇତିହାସର ସବୁଠାରୁ କମ୍ ବୟସ୍କ ଖେଳାଳି ଭାବେ ନିଲାମ ହୋଇଥିଲେ । ଏପଟେ ଦଳର ଅନ୍ୟ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଅପରାଜିତ ୩୮ ରନ୍ କରିଥିଲେ ।
ସେହିପରି ୱିକେଟ୍ କିପର ବ୍ୟାଟର ଧ୍ରୁବ ଜୁରେଲ ୧୮ ରନ୍ ଓ ରିୟାନ ପରାଗ ଅପରାଜିତ ୧୪ ରନର ଯୋଗଦାନ ଥିଲା । ପୂର୍ବରୁ ରାଜସ୍ଥାନ ବୋଲରଙ୍କ ଘାତକ ବୋଲିଂରେ ୧୨୭ ରନରେ ସବୁ ୱିକେଟ ହରାଇ ଚେନ୍ନାଇ ସୁପର କିଙ୍ଗସ ହୋଇଥିଲା ଧରାଶାୟୀ । ରାଜସ୍ଥାନର ବୋଲରମାନେ ଆରମ୍ଭରୁ ହିଁ ଚେନ୍ନାଇ ଉପରେ ଚାପ ପକାଇଥିଲେ। ଫଳରେ CSK ବଡ଼ ସ୍କୋର କରିପାରିନଥିଲା । ଦଳର ୮ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁପାରିନଥିଲେ । ଜୋଫ୍ରା ଅର୍ଚ୍ଚର, ନନ୍ଦ୍ରେ ବର୍ଗର ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ବ୍ରିଜେଶ ଶର୍ମା, ସନ୍ଦୀପ ଶର୍ମା ଓ ରବି ବିଷ୍ଣୋୟୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।