ଆଇପିଏଲ ମହାସମର : କୋଲକାତା ନାଇଟ୍ ରାଇଡର୍ସ ପାଇଁ ବିଜୟ ଲକ୍ଷ୍ୟ ୧୫୨ ରନ୍
ଆଇପିଏଲ ୨୦୨୫ ସିଜିନ୍ -୧୮ର ଷଷ୍ଠ ମ୍ୟାଚ୍ ବୁଧବାର ଗୁଆହାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ(ଆର୍ଆର୍) ଏବଂ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ମଧ୍ୟରେ ଖେଳାଯାଉଛି। ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ ହରାଇ ୧୫୧ ରନ୍ କରିଛି। ଫଳରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ବିଜୟ ଲକ୍ଷ୍ୟ ୧୫୨ ରନ୍ ରହିଛି।
ସେହିପରି କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ସ୍ପେନସର ଜନସନ୍ ଗୋଟିଏ ୱିକେଟ ନେଇଥିଲେ। ସେହିପରି ବୈଭବ ଆରୋରା, ହର୍ଷିତ ରାଣା, ମୋଇନ ଅଲି ଏବଂ ବୈଭବ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ ନେଇଥିଲେ।