ଜାଭଲିନ ହିରୋ କିଶୋର ଜେନାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କିଶୋର ଜେନାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଥଲେଟଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଥଲେଟ କିଶୋର ଜେନାଙ୍କୁ ତାଙ୍କ ସଫଳତା ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି । ବିଶ୍ୱ ଆଥଲେଟିକ ଚମ୍ପିୟାନସିପର ଜାଭଲିନ ଗେମରେ ପ୍ରଥମ ଓଡ଼ିଆ ଭାବେ କିଶୋର ଫାଇନାଲ ଖେଳିବା ଏବଂ ଶ୍ରେଷ୍ଠ ୫ମ ସ୍ଥାନରେ ରହିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜାରି ରହିଛି । କିଶୋର ଜେନା ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲରେ ରହି କ୍ରୀଡ଼ା ଜୀବନ ଆରମ୍ଭ କରିଥିଲେ । କ୍ରୀଡା ମନ୍ତ୍ରୀ, କ୍ରୀଡ଼ା ସଚିବ, କ୍ରୀଡ଼ା ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହି କିଶୋର ଜେନାଙ୍କ ସଫଳତା ପାଇଁ ଶୁଭେଚ୍ଛା ଦେବା ସହ ଆଗାମୀ ଇଭେଣ୍ଟରେ ରାଜ୍ୟ ତଥା ଦେଶ ପାଇଁ ମେଡାଲ ଆଣନ୍ତୁ ବୋଲି ଶୁଭକାମନା ଜଣାଇଥିଲେ ।