ରୋହିତଙ୍କ ଶତକ : ବାରବାଟରେ ଜିତିବ ଭାରତ
ବାରବାଟୀରେ ରୋହିତ ଶତକ କରିଛନ୍ତି । କିଛି ଦିନର ନିରବତା ପରେ ପୁଣି ଦମ ଦେଖାଇଛନ୍ତି ରୋହିତ । ଛକା ଚୈାକା ବର୍ଷିଛନ୍ତି ରୋହିତ । ୩୦୪ ରନ୍ ଇଂଲଣ୍ ଟିମ୍ ଇଣ୍ଡିଆର ବ୍ୟାଟିଂ ବେଳେ ବନ୍ଦ ହୋଇଗଲା ଫ୍ଲଡ୍ ଲାଇଟ୍ । ଭାରତୀୟ ଓପେନିଂ ଯୋଡ଼ି ଲୟରେ ନଜର ଆସୁଥିବା ବେଳେ ଏଭଳି ଘଟଣାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି କ୍ୟାପଟେନ୍ ରୋହିତ ଶର୍ମା । କାରଣ ବର୍ତ୍ତମାନ ପ୍ରତ୍ୟେକ ମ୍ୟାଚ୍ ରୋହିତ ଶର୍ମାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଦୀର୍ଘ ଦିନ ଧରି ତାଙ୍କ ବ୍ୟାଟ୍ରୁ ବି ରନ୍ ବାହାରୁନି । କୌଣସି ଆଖି ଦୃଶିଆ ଇନିଂସ ଖେଳି ପାରିନାହାନ୍ତି । ସେପଟେ ଭାରତ ଏହି ସିରିଜ୍ରେ ୧-୦ରେ ଆଗୁଆ ରହିଥିଲା । ଏଣୁ ଏଭଳି ଘଟଣା ବ୍ୟାଟରଙ୍କ ଲୟ ବିଗାଡିବ ନିଶ୍ଚିତ । ଫ୍ଲଡ୍ ଲାଇଟ୍ ବନ୍ଦ ହେବା ସୁଦ୍ଧା ଭାରତ ୬ ଓଭରରେ ବିନା କୌଣସି ୱିକେଟ୍ରେ ୪୮ ରନ୍ କରିଥିଲା ।