ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି ୨୦୨୫-୨୬: ୭-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ

ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି ୨୦୨୫-୨୬ର ଶୁକ୍ରବାର ଲଣ୍ଡନର ଲି ଭ୍ୟାଲି ହକି ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ୭-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଏଥି ସହିତ ପାକିସ୍ତାନ ବିପକ୍ଷରେ ଭାରତ ଦୁଇଟି ଯାକ ମ୍ୟାଚ ଜିତିବାରେ ସଫଳ ହୋଇଛି। ପ୍ରଥମ ଚରଣ ମ୍ୟାଚରେ ଭାରତ ୪-୩ ଗୋଲରେ ପାକିସ୍ତାନକୁ ପରାସ୍ତ କରିଥିଲା।ମ୍ୟାଚର ୧୩ ମିନିଟ୍‌ରେ ପାକିସ୍ତାନ ପକ୍ଷରୁ ମହମ୍ମଦ ଆବୁ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଭାରତ ଗୋଟିଏ ଗୋଲ ବରଣ କରିବା ପରେ ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରିଥିଲା।୨୦ ମିନିଟ୍‌ରେ ଭାରତ ପକ୍ଷରୁ ସୁଖଜିତ ସିଂହ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ୨୫ ମିନିଟ୍‌ରେ ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା। ୩୪ ମିନିଟ୍‌ରେ ଭାରତକୁଏକ ପେନାଲ୍ଟି ଷ୍ଟ୍ରୋକ୍‌ ମିିଳିଥିଲା। ଏହାକୁ ହାର୍ଦିକ ସିଂହ ଗୋଲରେ ପରିଣତ କରି ଦଳକୁ ୩-୧ରେ ଆଗୁଆ କରିଥିଲେ। ୩୫ ମିନିିଟ୍‌​‌େ​‌ର ଭାରତ ପକ୍ଷରୁ ଯୁଗରାଜ ସିଂହ ଚତୁର୍ଥ ଓ ୪୧ ମିନିଟ୍‌ରେ ଅଭିଷେକ ପଞ୍ଚମ ଗୋଲ ଦେଇଥିଲେ। ୪୪ ମିନିଟ୍‌ରେ ରାଜ୍‌ କୁମାର ପାଲ ଷଷ୍ଠ ାଗାଲ ଦେଇ ଦଳକୁ ୬-୧ରେ ଆଗୁଆ କରିଥିଲେ। ଅନ୍ତିମ କ୍ବାର୍ଟର ତଥା ଖେଳର ୫୪ ମିନିଟ୍‌ରେ ଭାରତ ପକ୍ଷରୁ ରାଜ୍‌ କୁମାର ପାଲ୍‌ ସପ୍ତମ ଗୋଲ ଦେଇ ଦଳକୁ ୭-୧ରେ ବିଜୟୀ କରାଇଥିଲେ। ଭାରତ ୧୫ଟି ମ୍ୟାଚ ଖେଳି ୪ଟି ବିଜୟ, ଗୋଟିଏ ସୁଟ୍‌ଆଉଟ୍‌ ବିଜୟ , ୩ଟି ସୁଟ୍‌ଆଉଟ୍‌ ପରାଜୟ ଓ ୭ଟି ପରାଜୟ ସହ ୧୭ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତ ପରବର୍ତ୍ତୀ ମ୍ୟାଚ ୨୮ରେ ଇଂଲଣ୍ଡ ବିପକ୍ଷରେ ଖେଳିବ।

Leave a comment