ଓଭାଲ ଟେଷ୍ଟ , ଭାରତର ବ୍ୟାଟିଂ ଜାରି
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଓଭାଲରେ ଆରମ୍ଭ ହୋଇଛି ଅନ୍ତିମ ଟେଷ୍ଟ। ଟସ ଜିତି ଘରୋଇ ଦଳ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିବାବେଳେ ଭାରତ ବ୍ୟାଟିଂ ଜାରି ରଖିଛି। ପ୍ରଥମ ସେସନ ଖେଳ ଚାଲିଥିବାବେଳେ ଭାରତ ୧ ଉଇକେଟ ହରାଇ ୩୬ ରନ ସଂଗ୍ରହ କରିଛି। ଯଶସ୍ଵୀ ଜୟସଓ୍ବାଲ ୨ ରନ କରି ଆଉଟ ହୋଇଛନ୍ତି। କେ.ଏଲ. ରାହୁଲ ୧୩ ଏବଂ ସାଇ ସୁଦର୍ଶନ ୮ ରନ କରି ଅପରାଜିତ ରହିଛନ୍ତି। ଇଂଲଣ୍ଡ ବୋଲର ଗସ୍ ଆଟକିନସନ ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି।
୫ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଆଗୁଆ ଥିବାବେଳେ ଗୋଟିଏ ମ୍ୟାଚ ଅମୀମାଶିଂତ ରହିଛି। ସିରିଜ ବରାବର ରଖିବା ଲାଗି ଭାରତକୁ ଏହି ମ୍ୟାଚରେ ବିଜୟ ହାସଲ କରିବା ଜରୁରୀ ହୋଇପଡ଼ିଛି। ଶେଷ ମ୍ୟାଚ ଅମୀମାଶିଂତ ରହିଲେ ଇଂଲଣ୍ଡ ସିରିଜ ବିଜୟ ହେବ।