ଦିତ୍ୱୀୟ ଟି-ଟ୍ୱେଣ୍ଟିରେ ଇଂଲଣ୍ଡ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ
ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଦିତ୍ୱୀୟ ଟି-ଟ୍ୱେଣ୍ଟିରେ ଇଂଲଣ୍ଡ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ ହୋଇଛି। ୧୬୫ ରନ ବିଜୟ ଲକ୍ଷ୍ୟରେ ଖେଳିଥିବା ଭାରତ ୨ ୱିକେଟରେ ଇଂଲଣ୍ଡକୁ ହରାଇଲା।
ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ବ୍ୟାଟିଂ କରି ୧୬୫ ସ୍କୋର କରିଥିଲା। ଇଂଲଣ୍ଡ ଦ୍ବାରା ରଖାଯାଇଥିବା ୧୬୬ ରନର ଲକ୍ଷ୍ୟକୁ ଭାରତ ୧୯.୨ ଓଭରରେ ୮ ୱିକେଟ୍ ହରାଇ ହାସଲ କରିନେଇଥିଲା। ଏହି ବିଜୟ ସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ହୋଇଛି। ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ବି ତିଳକ ବର୍ମାଙ୍କ ମ୍ୟାଚ ବିଜୟୀ ୭୨ ରନ ବଳରେ ଭାରତ ବିଜୟ ହାସଲ କରିଥିଲା। ଓ୍ବାସିଂଟନ ସୁନ୍ଦର ୨୬ ରନ କରିଥିଲେ।