ସଚିନ ଙ୍କ ଜନ୍ମଦିନ, ୫୦ ବର୍ଷ ର ସ୍ମୃତି
ସଚିନଙ୍କ ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି । ଆଜି ଜନ୍ମଦିନରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି । କ୍ରିକେଟ ଖେଳରୁ ତାଙ୍କୁ ଭଗବାନ କୁହାଯାଉଛି । ଏସବୁ ତାଙ୍କର ଅକ୍ଲାନ୍ତ ପରିଶ୍ରମ ପାଇଁ । ସେ କେବଳ ଖେଳର ନିଷ୍ଠା ପରିଶ୍ରମ ପାଇଁ ଏସବୁ ସାଉଁଟିଛନ୍ତି ।
6⃣6⃣4⃣ intl. matches 👍
3⃣4⃣3⃣5⃣7⃣ intl. runs 🙌
2⃣0⃣1⃣ intl. wickets 👌
The only cricketer to score 💯 intl. hundreds 🔝
The 2⃣0⃣1⃣1⃣ World Cup-winner 🏆Here's wishing the legendary and ever-so-inspirational @sachin_rt a very happy 5⃣0⃣th birthday 🎂 👏#TeamIndia pic.twitter.com/iyP0CfjTva
— BCCI (@BCCI) April 24, 2023
ପିଲାଦିନରୁ କ୍ରିକେଟଙ୍କୁ ଭଲପାଇବା ତାଙ୍କୁ ଏସବୁ ସଫଳତା ପ୍ରଦାନ କରିଛି ।
ମାତ୍ର ୧୬ ବର୍ଷ ବୟସରେ ଆନ୍ତର୍ଜାତିକ ଖେଳଜୀବନ ଆରମ୍ଭ କରିଥିବା ସଚିନ୍ ୨୪ ବର୍ଷ ଧରି କ୍ରିକେଟ୍ ଜୀବନ ମଧ୍ୟରେ ଅନେକ ରେକର୍ଡ କରିଛନ୍ତି ଅନେକ ରେକର୍ଡ ଭାଙ୍ଗିଛନ୍ତି । ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନ୍ ସହିତ ଶତକ ଓ ଅର୍ଦ୍ଧଶତକରେ ବି ସେ ଆଗରେ ଅଛନ୍ତି। ୧୪ ବର୍ଷ ବୟସରେ ହାରିସ୍ ସିଲ୍ଡ ପ୍ରତିଯୋଗିତାରେ ବିନୋଦ କାମ୍ବଲିଙ୍କ ସହ ମିଶି ୬୬୪ ରନ୍ର ଭାଗୀଦାରି କରି ବିଶ୍ବ କୀର୍ତ୍ତିମାନ କରିଥିଲେ ସଚିନ । ଏହା ପରଠୁ ସଚିନଙ୍କ ଚର୍ଚା ସାରା ଦେଶରେ ହୋଇଥିଲା । ତାଙ୍କ ଖେଳ ଦେଖିବାକୁ ଭିଡ ଜମୁଥିଲା । କଲମ୍ବୋରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ। ୨୩ ବର୍ଷ ବୟସରେ ସେ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ। ପ୍ରଥମ ଖେଳାଳି ଭାବେ ଦିନିକିଆରେ ୧୦ ହଜାର ରନ୍ ପୂରଣ କରିଥିଲେ। ୩୫ତମ ଶତକ ଅର୍ଜନ କରି ସୁନିଲ ଗାଭାସ୍କର (୩୪)ଙ୍କ ସର୍ବାଧିକ ଟେଷ୍ଟ ଶତକ କୀର୍ତ୍ତିମାନ ଭାଙ୍ଗିଥିଲେ। ଅବସର ନେବା ବେଳକୁ ତାଙ୍କ ନାମରେ ୫୧ ଶତକ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ପ୍ରଥମ ବ୍ୟାଟର ଭାବେ ଦ୍ବିଶତକ ଅର୍ଜନ କରିଥିଲେ।