ଆଜି ଆଇପିଏଲ ୨୦୨୬ର ମହାସଂଗ୍ରାମ ,ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ କଡ଼ା ଟକ୍କର

ଆଜି ଆଇପିଏଲ ୨୦୨୬ର ମହାସଂଗ୍ରାମ । ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ କଡ଼ା ଟକ୍କର । ଅହମ୍ମଦାବାଦରେ ଖେଳାଯିବ ମ୍ୟାଚ । କ୍ୱାଲିଫାୟର୍-୧ରେ ଗୁଜରାଟକୁ ହରାଇ RCB ସିଧାସଳଖ ଫାଇନାଲରେ ପହଞ୍ଚିଥିବା ବେଳେ ଥିବା ବେଳେ, କ୍ୱାଲିଫାୟର୍-୨ରେ ଶୁବମନ ଗିଲଙ୍କ ଶତକ ବଳରେ ରାଜସ୍ଥାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଗୁଜରାଟ ଟାଇଟନ୍ସ ।  ରେକର୍ଡ କହୁଛି ଆଇପିଏଲ ଇତିହାସରେ ଉଭୟ ଦଳ ୯ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଆରସିବି ୫ ଏବଂ ଗୁଜରାଟ ୪ଥର ବିଜୟ ହୋଇଛି ।  ଚଳିତ ବର୍ଷ ଦୁଇ ଦଳ ୩ ଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ RCB ୨–୧ରେ ଆଗୁଆ ଅଛି ।  କ୍ୱାଲିଫାୟର ୧ରେ ଗୁଜରାଟ ବିପକ୍ଷରେ ୯୨ ରନରେ ବଡ଼ ବିଜୟ ହାସଲ କରିଥିଲା RCB । ରଜତ ପାଟିଦାର ମାତ୍ର ୩୩ ବଲରେ ଅପରାଜିତ ୯୩ ରନର ବିସ୍ଫୋରକ ପାଳି ଖେଳିଥିଲେ ।  ଅହମ୍ମଦାବାଦରେ ଖେଳାଯାଇଥିବା ଲିଗ୍ ପର୍ଯ୍ୟାୟ ମ୍ୟାଚରେ ଗୁଜରାଟ ୪ ୱିକେଟରେ ଜିତିଥିଲା ।

ଏହି ପିଚରେ RCB ମାତ୍ର ୧୫୫ ରନରେ ଅଲଆଉଟ୍ ହୋଇଯାଇଥିଲା ।  ସେହିପରି ବେଙ୍ଗାଲୁରୁରେ ଖେଳାଯାଇଥିବା ଲିଗ ମ୍ୟାଚରେ ଗୁଜରାଟ ବିପକ୍ଷରେ ୫ ୱିକେଟରେ ଜିତିଥିଲା ବେଙ୍ଗାଲୁରୁ ।  ବିରାଟ କୋହଲିଙ୍କ ୮୧ ରନର ପାଳି ଦଳକୁ ଜିତାଇଥିଲା । ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦରେ ହେଉଥିବାରୁ ଗୁଜରାଟ ଟାଇଟନ୍ସକୁ ଘରୋଇ ମାଟିର ବଡ଼ ଫାଇଦା ମିଳିପାରେ। ଗୁଜରାଟ ଅଧିନାୟକ ଶୁବମନ ଗିଲ୍ ଗତ ମ୍ୟାଚରେ ୧୦୪ ରନ୍ କରି ଜବରଦସ୍ତ ଫର୍ମରେ ଅଛନ୍ତି ।  ଅନ୍ୟପଟେ RCBର ଅଭିଜ୍ଞ ବୋଲର ଭୁବନେଶ୍ବର କୁମାର ପର୍ପଲ କ୍ୟାପ୍ ଦୌଡ଼ରେ ଆଗରେ ଅଛନ୍ତି ।  RCB କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହେବା ଲକ୍ଷ୍ୟରେ ଥିବାବେଳେ, ଗୁଜରାଟ ୫ ବର୍ଷ ମଧ୍ୟରେ ତୃତୀୟ ଫାଇନାଲ୍ ଖେଳି ନିଜର ଦ୍ୱିତୀୟ ଟ୍ରଫି ଜିତିବାକୁ ଚେଷ୍ଟା କରିବ ।

Leave a comment