ପ୍ରଥମ ଟେଷ୍ଟ: ପାକିସ୍ତାନକୁ ହରାଇଲା ୱେଷ୍ଟଇଣ୍ଡିଜ୍‌

ଫାଷ୍ଟବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରିଛି ଘରୋଇ ୱେଷ୍ଟଇଣ୍ଡିଜ୍‌। ୯୦ ରନ୍‌ରେ ଜିତି ଦୁଇ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ୍‌ ଅପରାଜେୟ ୧-୦ ଲିଡ୍‌ ନେଇପାରିଛି। ଦ୍ବିତୀୟ ଇନିଂସ​‌େ​‌ର ପାକିସ୍ତାନକୁ ମାତ୍ର ୨୧୧ ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲା ୱେଷ୍ଟଇଣ୍ଡିଜ୍‌। ହେଲେ ଘରୋଇ ଫାଷ୍ଟବୋଲର ଜେଡେନ୍‌ ସିଲ୍‌ସଙ୍କ ୫ ୱିକେଟ୍‌ ଦଖଲ ବଳରେ ୪ର୍ଥ ଦିନରେ ୨ୟ ଇନିଂସରେ ପାକିସ୍ତାନ ମାତ୍ର ୧୨୦ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା।

ପାକିସ୍ତାନକୁ ୨୧୧ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ପାକିସ୍ତାନର ଦ୍ବିତୀୟ ଇନିଂସ୍‌ରେ ଅଧିନାୟକ ବାବର ଆଜମ୍‌ଙ୍କୁ ଛାଡ଼ି ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ବେଶି ସମୟ କ୍ରିଜ୍‌ରେ ରହି ପାରିନଥିଲେ। ପାକିସ୍ତାନ ୫୩ ରନ୍‌ରେ ୬ଟି ୱିକେଟ୍‌ ହରାଇଥିଲା। ବାବର ଆଜମ୍‌ ୧୦୭ ବଲ୍‌ରୁ ୯ଟି ଚୌକା ସହ ୫୮ ରନ୍‌କରି ଅପରାଜିତ ଥିଲେ। ପାକିସ୍ତାନ ୭୧ ରନ୍‌ରେ ୯ଟି ୱିକେଟ୍‌ ହରାଇବା ପରେ ବାବର ଓ ୧୧ନଂ ବ୍ୟାଟର ମହମ୍ମଦ ଆବାସ୍‌ ଶେଷ ୱିକେଟ୍‌ ପାଇଁ ୪୯ ରନ୍‌ ଯୋଡ଼ିଥିଲେ। ଆବାସ୍‌ ୩୩ ବଲ୍‌ରୁ ୪ଟି ଚୌକା ସହ ୨୩ ରନ୍‌ କରିଥିଲେ। ଦୁଇ ଅଙ୍କ ସ୍କୋର୍‌ କରିଥିବା ପାକିସ୍ତାନର ୩ୟ ବ୍ୟାଟ୍‌ସମ୍ୟାନ ହେଲେ ମହମ୍ମଦ ରିଜ୍‌ୱାନ (୧୧)। ଜେଡେନ୍‌ ସିଲ୍‌ସ ମାତ୍ର ୨୦ ରନ୍‌ଦେଇ ୫ଟି ଓ ଜଷ୍ଟିନ୍ ଗ୍ରିଭ୍‌ସ ୨ଟି ୱିକେଟ୍‌ ନେଇଥିଲେ। ୭ଟି ୱିକେଟ୍‌ ନେଇ ଜଷ୍ଟିନ୍‌ ଗ୍ରିଭ୍‌ସ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Leave a comment