କ୍ରିକେଟରୁ ସନ୍ନ୍ୟାସ ନେଲେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୂଜାରା
କ୍ରିକେଟରୁ ସନ୍ନ୍ୟାସ ନେଲେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୂଜାରା। ଟେଷ୍ଟ କ୍ରିକେଟରେ ସର୍ବଦା ପ୍ରଭାବୀ ପ୍ରଦର୍ଶନ କରୁଥିବା ପୂଜାରା ନିଜ ଅବସର ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ସେ ସନ୍ନ୍ୟାସ ନେଇଥିବା କହିଛନ୍ତି।
୩୭ ବର୍ଷୀୟ ପୂଜାରା ରବିବାର ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି କ୍ରିକେଟ କ୍ୟାରିୟରରୁ ବିରାମ ନେଉଥିବା କହିଛନ୍ତି। ସେ ଲେଖିଛନ୍ତି, ଭାରତୀୟ ଜର୍ସି ପିନ୍ଧିବା, ରାଷ୍ଟ୍ରଗୀତ ଗାନ କରିବା ଏବଂ ପ୍ରତ୍ୟେକ ଥର ପଡ଼ିଆରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉଦ୍ୟମ କରିବା, ଏସବୁକୁ ଶବ୍ଦରେ ପରିପ୍ରକାଶ କରିବା କଷ୍ଟକର। କିନ୍ତୁ କୁହାଯାଏ, ସମସ୍ତ ଭଲ ଜିନିଷର ଅନ୍ତ ରହିଛି। ମୁଁ ହୃଦୟରୁ କୃତଜ୍ଞ ରହିଛି ଏବଂ ସମସ୍ତ ଫର୍ମାଟର କ୍ରିକେଟକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇଛି।