ଭାରତକୁ ଦୁଇ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆଠୁ ଦ୍ବିତୀୟ ମ୍ୟାଚରେ ପରାସ୍ତ ହୋଇଛି ଭାରତ । ଦ୍ବିତୀୟ ଦିନିକିଆରେ ଭାରତକୁ ଦୁଇ ଓ୍ବିକେଟରେ ହରାଇ ୨-୦ରେ ସିରିଜ ହାତେଇଛି ଅଷ୍ଟ୍ରେଲିଆ । ତିନିଟିକିଆ ସିରିଜରେ ଏହା ଭାରତର ଦ୍ବିତୀୟ ପରାଜୟ । ୨୬୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୬.୨ ବଲରେ ୮ ଓ୍ବିକେଟ ହରାଇ ୨୬୫ ରନ୍ କରିଥିଲା । ସବୁଠୁ ବଡ଼ କଥା ହେଲା ଏହି ମ୍ୟାଚରେ ବିରାଟ କୋହଲି ଶୂନରେ ଆଉଟ ହୋଇଥିଲେ । ଯାହାକୁ ନେଇ ତାଙ୍କ ବିଷୟରେ ଅନେକ କଥା କୁହାଯାଉଛି । ଏପରିକି ସେ ଏହି ସିରିଜରେ ଅବସର ନେବା କଥା ଆଲୋଚନା ହେଉଛି ।
ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୬୪ ରନ୍ କରିଥିଲା । ଭାରତୀୟ ଏଡିଲେଡରେ ପ୍ରଥମରୁ ରନ୍ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ରୋହିତ ଶର୍ମା, ଶୁଭମନ ଗିଲ ପ୍ରଥମରୁ ଧିମା ଆରମ୍ଭ କରିଥିଲେ । ତେବେ ଶୁଭମନ ଗିଲ ନଅ ରନ୍ କରି ଆଉଟ ହେବା ପରେ ପଡ଼ିଆକୁ ଆସିଥିଲେ ବିରାଟ କୋହଲି । ବିରାଟ ଚାରିଟି ବଲ ଖେଳି ଶୂନରେ ଆଉଟ ହୋଇଥିଲେ । ଏହାପରେ ସ୍କୋର ପୁରା ଧିମା ହୋଇଯାଇଥିଲା ।
ଦଳୀୟ ସ୍କୋର ୧୭ ଥିବା ବେଳେ ଅଧିନାକୟ ଶୁବଭନ ଗିଲ ୯ ରନ କରି ଆଉଟ ହୋଇଥିଲେ । ସେହି ଓଭରରେ ଜେବିୟର ବିରାଟ କୋହଲିଙ୍କୁ ଆଉଟ କରି ଭାରତୀୟ ଫ୍ୟାନଙ୍କ ମଧ୍ୟରେ ନିରାଶା ଖେଳାଇ ଦେଇଥିଲେ । କୋହଲି ଖାତା ଖୋଲିବାକୁ ବି ସକ୍ଷମ ହୋଇ ନଥିଲେ । ଏହାସହ ଦ୍ବିତୀୟ ମ୍ୟାଚରେ ବି କୋହଲି ଶୂନରେ ଆଉଟ ହୋଇଥିଲେ । ଏହାପରେ ରୋହିତ ଶର୍ମା ଏବଂ ଶ୍ରେୟସ ଆୟର ତୃତୀୟ ସ୍ବିକେଟରେ ୧୧୮ ରନର ପାର୍ଟନରସିପ କରି ଭାରତୀୟ ଟିମକୁ ସମ୍ଭାଳି ଥିଲେ । ରୋହିତ ୭ ଚୌକା ଓ ଦୁଇ ଛକା ସହ ୯୭ ବଲରୁ ୭୩ ରନ କରି ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଥିଲେ । ଏହା ପରେ ପରେ ଆୟର ମଧ୍ୟ ଆଉଟ ହୋଇ ଯାଇଥିଲେ । ସେ ୭୭ ବଳରେ ୬୧ ରନ କରିଥିଲେ । ଯେଉଁଥିରେ ୭ ଚୌକା ସାମିଲ ଥିଲା । ଭାରତ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇବାରୁ ବଡ଼ ସ୍କୋର କରିପାରିନଥିଲା । କେଏଲ ରାହୁଲ ୧୧, ଓ୍ବାସିଂଟନ ସୁନ୍ଦର ୧୨ ଏବଂ ନୀତୀଶ କୁମାର ରେଡ୍ଡି ୮ ରନ୍ କରି ଆଉଟ ହୋଇଯାଇଥିଲେ । ତେବେ ଶେଷ ଆଡକୁ ଅକ୍ଷର ପଟେଲଙ୍କ ୪୪ ରନ ବଳରେ ଭାରତ ୨୦୦ ରନ୍ ପାର କରିବାକୁ ସକ୍ଷମ ହୋଇଥିଲା । ହର୍ଷିତ ରାଣା ୨୪ ଏବଂ ଅର୍ଶଦୀପ ସିଂ ୧୩ ରନ କରିଥିଲେ ।
୨୬୫ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା କଙ୍ଗାରୁ ଦଳର ଆରମ୍ଭ ଏତେ ଭଲ ହୋଇ ନଥିଲା । ଅର୍ଶଦୀପ ସିଂ ଅଧିନାୟକ ମିଚେଲ ମାର୍ଶଙ୍କୁ ୧୧ ରନରେ ପ୍ୟାଭିଲିୟନକୁ ପଠାଇ ଦେଇଥିଲେ । ସେପଟେ ହର୍ଷିତ ରାଣା ଟ୍ରିବ୍ସ ହେଡଙ୍କୁ ୨୮ ରନରେ ଆଉଟ କରି ଭାରତର ବିଜୟ ଆଶା ବଢ଼ାଇ ଦେଇଥିଲେ । ଏହାପରେ ମ୍ୟାଥୁ ରେନସ ଏବଂ ମ୍ୟାଥୁ ସର୍ଟ ତୃତୀୟ ଓ୍ବିକେଟରେ ୫୫ ରନର ପାର୍ଟନରସିପ କରି ଅଷ୍ଟ୍ରେଲିଆ ଟିମକୁ ସଙ୍କଟରୁ ଉଦ୍ଧାର କରିଥିଲେ । ରେନସ ୩୦ ରନ୍ କରି ଅକ୍ଷର ପଟେଲଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ । ଓ୍ବାସିଂଟନ ସୁନ୍ଦର ଏଲେକ୍ସ କ୍ୟାରୀଙ୍କୁ ୯ ରନରେ ଆଉଟ କରିବା ପରେ ମ୍ୟାଚ୍ ପୁଣି ଭାରତ ସପକ୍ଷକୁ ଚାଲି ଆସିଥିଲା । ଏଲେକ୍ସ ଆଉଟ୍ ହେବା ପରେ ସର୍ଟ ଏବଂ କୁପର କୋନୋଲି ୫ମ ଓ୍ବିକେଟରେ ୫୫ ରନର ପାର୍ଟନରସିପ କରିଥିଲେ । ସର୍ଟ ୭୮ ବଲରେ ୭୪ ରନ କରିଥିଲେ । ଯେଉଁଥିରେ ୪ଟି ଚୌକା ଏବଂ ଦୁଇଟି ଛକା ଥିଲା । ୫ମ ଓ୍ବିକେଟ ପତନ ପରେ ମିଚେଲ ଓଓ୍ବେନ ଏବଂ କୁପର ଷଷ୍ଠ ଓ୍ବିକେଟରେ ୫୯ ରନର ପାର୍ଟନରସିପ କରି ଅଷ୍ଟ୍ରେଲିଆର ବିଜୟକୁ ସହଜ କରି ଦେଇଥିଲେ । ଜାମ୍ବା ଚାରିଟି ଉଇକେଟ ନେଇଥିବାରୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପାଇଥିଲେ ।

Leave a comment