ସେପ୍ଚେମ୍ବର ୯ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ ଏସିଆ କପ୍
ସେପ୍ଚେମ୍ବର ୯ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ ଏସିଆ କପ୍ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ଖେଳାଯିବାକୁ ଥିଲା, କିନ୍ତୁ ପାକିସ୍ତାନର ଆପତ୍ତିକୁ ଦୃଷ୍ଟିରେ ରଖି ଏହାକୁ ୟୁଏଇରେ କରାଯିବାକୁ ଏସୀୟ କ୍ରିକେଟ ପରିଷଦ (ଏସିସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ୟୁଏଇରେ ଖେଳ ହେଉଥିଲେ ବି ଭାରତ ଏହାର ଆୟୋଜକ ଦେଶ ରହିବ ।ଟୁର୍ଣ୍ଣାମେଣ୍ଟର ସବିଶେଷ ଖେଳସୂଚୀ ଜାରି ହୋଇନଥିଲେ ବି ସୂଚନା ଅନୁସାରେ ଗୋଟିଏ ଗ୍ରୁପରେ ଦୁଇ ଚିରାଚରିତ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ରହିଥିବାର ସୂଚନା ମିଳିଛି । ଟୁର୍ଣ୍ଣାମେଣ୍ଟର ସବିଶେଷ ଖେଳସୂଚୀ ଜାରି ହୋଇନଥିଲେ ବି ସୂଚନା ଅନୁସାରେ ଗୋଟିଏ ଗ୍ରୁପରେ ଦୁଇ ଚିରାଚରିତ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ରହିଥିବାର ସୂଚନା ମିଳିଛି । ଏ ସଂପର୍କରେ ଘୋଷଣା କରି ଏସିସିର ସଭାପତି ମହସିନ ନକଭୀ କହିଛନ୍ତି “ ୨୦୨୫ର ଏସିଆ କପ୍ ୟୁଏଇରେ ଖେଳାଯିବ । ଏହା ସେପ୍ଟେମ୍ବର ୯ରୁ ୨୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଭଲ କ୍ରିକେଟ ଦେଖିବାକୁ ମିଳିବ ବୋଲି ମୁଁ ନିଶ୍ଚିତ । ସବିଶେଷ କ୍ରୀଡ଼ାସୂଚୀ ଖୁବଶୀଘ୍ର ପ୍ରକାଶ ପାଇବ ।“
ଏସିଆ କପରେ ମୋଟ ୮ଟି ଦେଶ- ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ହଂକଂ, ୟୁଏଇ ଏବଂ ଓମାନ ଅଂଶଗ୍ରହଣ କରିବେ । ମ୍ୟାଚଗୁଡ଼ିକ ଟି-୨୦ ଫର୍ମାଟରେ ଖେଳାଯିବ । ମୋଟ ୧୯ଟି ମ୍ୟାଚ ଖେଳାଯିବ ।