ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିଲା ଟିମ୍ ଇଣ୍ଡିଆ,ଅକ୍ଟୋବର ୨୨ ରୁ ନଭେମ୍ବର ୧ ପର୍ୟ୍ୟନ୍ତ ଖେଳାଯିବ ଟି-୨୦ ସିରିଜ୍

ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ଖ୍ରୀଷ୍ଟଚର୍ଚ୍ଚରେ ଗମ୍ଭୀରଙ୍କ ସହ ପ୍ରଥମ ଗ୍ରୁପ୍ ପହଞ୍ଚିଛି । ଟି-୨୦ ସିରିଜ୍ ପାଇଁ ଭୁବନେଶ୍ୱର ଓ ବୈଭବଙ୍କ ସହ ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିଲା ପ୍ରଥମ ଟିମ୍ । ଭାରତୀୟ ଟିମର ପ୍ରଥମ ଗ୍ରୁପ୍ ନ୍ୟୁଜିଲ୍ୟାଣ୍ଡର ଦକ୍ଷିଣ ଦ୍ଵୀପରେ ଥିବା ଖ୍ରୀଷ୍ଟଚର୍ଚ୍ଚ ଏୟାରପୋର୍ଟରେ ପହଞ୍ଚିଛନ୍ତି ।

ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ସପୋର୍ଟ ଷ୍ଟାଫଙ୍କ ସହ ୫ ଜଣ ଖେଳାଳି ପହଁଚିଛନ୍ତି । ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏବଂ ୧୫ ବର୍ଷୀୟ ବିସ୍ମୟ ବାଳକ ବୈଭବ ସୂର୍ୟ୍ୟବଂଶୀ ପ୍ରଥମ ଦଳରେ ପହଞ୍ଚିଛନ୍ତି । ଏହାସହ ବରୁଣ ଚକ୍ରବର୍ତ୍ତୀ, ନୀତିଶ କୁମାର ରେଡ୍ଡୀ, ଏବଂ ନମନ ଧୀର ମଧ୍ୟ ଏହି ଗ୍ରୁପ୍ ରେ ସାମିଲ ରହିଛନ୍ତି । ଅଧିନାୟକ ଶ୍ରେୟସ ଆୟର ଏବଂ ଉପ-ଅଧିନାୟକ ତିଲକ ବର୍ମା ଅଲଗା ଭାବେ ଯାତ୍ରା କରୁଛନ୍ତି । ପ୍ରଥମ ମ୍ୟାଚ୍ ପୂର୍ବରୁ ଦଳ ମାତ୍ର ଗୋଟିଏ ଦିନ ଅଭ୍ୟାସ କରିବାକୁ ସମୟ ପାଇବ । ଏହି ଅଭ୍ୟାସ ହାଗଲି ଓଭାଲ୍ ମୈଦାନରେ କରାଯିବ । ୫ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜ୍ ଅକ୍ଟୋବର ୨୨ ରୁ ନଭେମ୍ବର ୧ ପର୍ୟ୍ୟନ୍ତ ଖେଳାଯିବ । ସମସ୍ତ ମ୍ୟାଚ୍ ଭାରତୀୟ ସମୟ ମଧ୍ୟାହ୍ନ ୧୨:୩୦ରେ ଆରମ୍ଭ ହେବ । ଟି-୨୦ ସିରିଜ୍ ପରେ ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ ।

ତେବେ ମ୍ୟାଚ୍ ପାଇଁ ଏବେ ଯାଏଁ ୧.୧୦ ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇସାରିଛି । ଏଥିରେ ୬୩ ହଜାର ଟିକେଟ କେବଳ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ପାଇଁ କିଣାସରିଛି ।

Leave a comment