ଇଂଲଣ୍ଡଠୁ ହାରିଗଲା ପାକିସ୍ତାନ, ସୋସିଆଲ ମିଡିଆରେ ପାକିସ୍ତାନ ଖେଳାଳିଙ୍କୁ କଟାକ୍ଷ
ମୁଲତାନ୍: ମୁଲତାନ୍ ଟେଷ୍ଟରେ ପାକିସ୍ତାନ ଜିତିବ ବୋଲି ଆଶା ରଖିଥିଲେ ପାକିସ୍ତାନ ପ୍ରଶଂସକ । ତେବେ ଜିତିବା ମ୍ୟାଚ ହାରିଗଲା ପାକିସ୍ତାନ । ଜିତିବା ର ସଂଭାବନା ଥିବା ମ୍ୟାଚ ଶେଷ ବେଳକୁ ପାକିସ୍ତାନ ଉଇକେଟ ଗୋଟେ ପଟେ ଗୋଟେ ହରାଇ ହାରିଯାଇଥିଲା । ଚତୁର୍ଥ ଦିନରେ ରିସ୍କ ନେଇଥିବା ଇଂଲଣ୍ଡ ବିଜୟ ସହିତ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତିନେଇଛି। ସୌଦ ସକିଲ୍ (୯୪)ଙ୍କ ଶତକରୁ ବଞ୍ଚିତ ହୋଇ ଆଉଟ ହେବା ପରେ ପାକିସ୍ତାନ ହାରିଯାଇଥିଲା । ଘରୋଇ ଦଳ ସମ୍ମୁଖରେ ୩୫୫ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ସୌଦ ସକିଲ୍ ଏବଂ ମହମ୍ମଦ ନୱାଜ ଷଷ୍ଠ ୱିକେଟ୍ ପାଇଁ ୮୦ ରନ୍ ଯୋଡ଼ି ପାକିସ୍ତାନକୁ ବିଜୟ ମୁହାଁ କରିଥିଲେ। ମାର୍କ ଉଡ୍ ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ଲଗାତାର ଓଭରରେ ଉଭୟଙ୍କୁ ଆଉଟ୍ କରି ସବୁ ଓଲଟ ପାଲଟ କରି ଦେଇଥିଲେ। ନୱାଜ (୪୫ ରନ୍, ୬୨ ବଲ୍) ମଧ୍ୟ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଏଥି ସହିତ ପାକିସ୍ତାନ ଏହାର ଶେଷ ୫ ୱିକେଟ୍କୁ ୩୮ ରନ୍ ଭିତରେ ହରାଇ ମାତ୍ର ୨୬ ରନ୍ରେ ହାରିଯାଇଥିଲା।