ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳି ଆକାଶଦୀପ ଏବଂ ମୁକେଶ କୁମାର ଙ୍କୁ ମିଳିଲା ଡିଏସପି ପଦ

ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳି ଆକାଶଦୀପ ଏବଂ ମୁକେଶ କୁମାରଙ୍କୁ ବିହାର ସରକାର ତରଫରୁ ବଡ଼ ଉପହାର ମିଳିଛି । ଜୁଲା ୨୪ରେ ଦୁଇ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ତରଫରୁ ଗୋଲ୍ଡ ମେଡାଲ ଲାଓ, ନକରୀ ପାଓ ଯୋଜନା ଅଧିନରେ ଡିଏସପି ପଦବୀରେ ନିଯୁକ୍ତି ମିଳିଛି । ପାଟନାର ଉର୍ଜା ଅଡିଟରିୟମରେ ଚାଲିଥିବା କାର୍ଯ୍ୟକ୍ରମରେ ଆକାଶଦୀପ ଏବଂ ମୁକେଶ କୁମାରଙ୍କ ବ୍ୟତୀତ ଆଥଲେଟ ପୀୟୁଷ ରାଜଙ୍କୁ ଏସଆଇ ପଦବୀରେ ନିଯୁକ୍ତି ମିଳିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ଚୌଧୁରୀ ଏବଂ ଖେଳ ମନ୍ତ୍ରୀ ଶ୍ରେୟସୀ ସିଂ ମଧ୍ୟ ଉପସ୍ଥିତ ଥିଲେ ।

ପାଟନାର ଉର୍ଜା ଅଡିଟରିୟମରେ ହୋଇଥିବା କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମେଡାଲ ଲାଓ, ନକରୀ ପାଓ ଯୋଜନା ଅଧିନରେ ଆକାଶଦୀପ ଏବଂ ମୁକେଶ କୁମାର ନିଯୁକ୍ତିପତ୍ର ବଣ୍ଟାଯାଇଥିଲା । ତାଙ୍କ ସହିତ ଅନ୍ୟ ୧୯ ଖେଳାଳିଙ୍କୁ ମଧ୍ୟ ସରକାରୀ ସେବାରେ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି । ଆଥଲେଟ ପୀୟୁଷ ରାଜଙ୍କ ବ୍ୟତୀତ ଅନ୍ୟ ଖେଳାଳିଙ୍କୁ ନିଯୁକ୍ତିପତ୍ର ମିଳିଛି ।

ଏହି କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ଖେଳ ଛାତ୍ର ବୃତ୍ତି ଚୟନ ପତ୍ର ଏବଂ ସମ୍ମାନ ରାଶି ମଧ୍ୟ ପ୍ରଦାନ କରିଛନ୍ତି । ବିହାର ସରକାରଙ୍କ ତରଫରୁ ଗତ ୨ ବର୍ଷରେ ବିଭିନ୍ନ ଖେଳରେ ବଢିଆ ପ୍ରଦର୍ଶନ କରିଥିବା ୧୮୦ ଖେଳାଳିଙ୍କୁ ଅଲଗା ଅଲଗା ସରକାରୀ ବିଭାଗରେ ନିଯୁକ୍ତି ମିଳିଛି ।

ବିହାର ସରକାର ଏସିଆ ଅଣ୍ଡର-୨୩ରେ ସ୍ବର୍ଣ୍ଣ ପଦକ ଜିତିଥିବା ଏବଂ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୬ରେ ରୌପ୍ୟ ପାଇଥିବା ସେତୁ ମିଶ୍ରାଙ୍କୁ ସମ୍ମାନ ରାଶି ଭାବେ ୩୭.୫୦ ଲକ୍ଷ ଟଙ୍କା ପୁରସ୍କାର ମିଳିଛି । ଏହାଛଡା ଆଥଲେଟିକ ବିଭାସ୍କର କୁମାରଙ୍କୁ ୨ ଲକ୍ଷ ଟଙ୍କା ମିଳିଛି ।

ତେବେ ଆକାଶଦୀପ ଏବଂ ମୁକେଶ କୁମାର ଏବେ ସ୍କ୍ବାଡରେ ସାମିଲ ନାହାନ୍ତି । ତେଣୁ ଟିମ୍ ଇଣ୍ଡିଆକୁ କେବେ ଦୁହେଁ ଫେରିବେ, ତାହାକୁ ନେଇ ଫ୍ୟାନ୍ସ ଚାହିଁ ରହିଛନ୍ତି । ଆକାଶଦୀପ ୨୦୨୬ ଆଇପିଏଲରେ ଆହତ ହେବା କାରଣରୁ ପୁରା ସିଜିନରୁ ବାଦ୍ ପଡିଥିଲେ । ମୁକେଶ କୁମାର ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ମ୍ୟାଚ ଖେଳିଥିଲେ । କିନ୍ତୁ ତାଙ୍କ ପ୍ରଦର୍ଶନ ବେଶ୍ କିଛି ଭଲ ନଥିଲା ।

Leave a comment