ଆଜି ଫାଇନାଲ୍ରେ ଭାରତ-ଶ୍ରୀଲଙ୍କା ମୁକାବିଲା
ଆଜି ଫାଇନାଲ୍ରେ ଭାରତ-ଶ୍ରୀଲଙ୍କା ମୁକାବିଲା । ଫାଇନାଲ୍ ପୂର୍ବରୁ ସୁପର୍ ଫୋର୍ ମୁକାବିଲାରେ ଶ୍ରୀଲଙ୍କାକୁ ଭାରତ ହରାଇଥିଲା । ଭାରତ ମାତ୍ର ୨୧୩ ରନ୍ କରିଥିଲେ ମଧ୍ୟ ଶ୍ରୀଲଙ୍କାକୁ ୧୭୨ ରନ୍ରେ ରୋକି ଦେଇଥିଲା। କୁଲଦୀପ ଯାଦବ ୪ ୱିକେଟ୍ ନେଇ ଏହି ବିଜୟର ଅନ୍ୟତମ କର୍ଣ୍ଣଧାର ସାଜିଥିଲେ। ଶ୍ରୀଲଙ୍କା ଶେଷକୁ ପାକିସ୍ତାନକୁ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ହରାଇ ଫାଇନାଲ୍ ଆସିଥିଲା। ରୋହିତ ଶର୍ମାଙ୍କ ଦଳ କିନ୍ତୁ ଏକାଧିକ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇ ଅନ୍ତିମ ସୁପର୍ ଫୋର୍ ମ୍ୟାଚ୍ ଖେଳିବାରୁ ବାଂଲାଦେଶ ନିକଟରୁ ହାରିଯାଇଥିଲା। ଶୁବମନ ଗିଲ୍ଙ୍କ ଆକର୍ଷଣୀୟ ଶତକ ବେକାର ଯାଇଥିଲା। ଏହି ମ୍ୟାଚ୍ ଖେଳିନଥିବା ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ୍ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ୍ ରବିବାର ଫାଇନାଲ୍ ଖେଳିବାକୁ ଯାଉଥିବାରୁ ଭାରତ ନିଶ୍ଚିତ ପୂର୍ଣ୍ଣ କ୍ଷମତାର ଦଳକୁ ନେଇ ପଡ଼ିଆକୁ ଓହ୍ଲାଇବ। ଉ