ଶୁଭଦୀପ ଘୋଷ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳର ଫିଲ୍‌ଡିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ

ଶୁଭଦୀପ ଘୋଷ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳର ଫିଲ୍‌ଡିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ଥିବା ଟି. ଦିଲୀପଙ୍କ ସ୍ଥାନରେ ଶୁଭଦୀପଙ୍କୁ ବିସିସିଆଇ ଏହି ନିଯୁକ୍ତି ଦେଇଛି। ୫୭ ବର୍ଷ ବୟସ୍କ ଶୁଭଦୀପ ଘରୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ଭାରତୀୟ ଦଳ ସହ କାମ ଆରମ୍ଭ କରିବେ। ଆସାମ ଓ ପରେ ରେଲ୍‌ୱେ ଦଳ ପାଇଁ ଜଣେ ବ୍ୟାଟ୍‌ସମ୍ୟାନ ଭାବେ ଶୁଭଦୀପ ପ୍ରଥମଶ୍ରେଣୀ କ୍ରିକେଟ୍‌ ଖେଳିଥିଲେ। ଶୁଭଦୀପ ପୂର୍ବରୁ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ଭାରତୀୟ ମହିଳା କ୍ରିକେଟ୍‌ ଦଳର ଫିଲ୍‌ଡିଂ ପ୍ରଶିକ୍ଷକ ଭାବେ କାମ କରିଛନ୍ତି। ତାଙ୍କ ସମୟ​‌େ​‌ର ଭାରତୀୟ ମହିଳା ଦଳ ୨୦୨୨ ଦିନିକିଅା ବିଶ୍ବକପ୍‌ ଓ ୨୦୨୩ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳିଥିଲା। ସେ ମଧ୍ୟ ଭାରତ ‘ଏ’ ଓ ଆସାମ କ୍ରିକେଟ୍‌ ଦଳ ପାଇଁ କାମ କରିଛନ୍ତି। ଶୁଭଦୀପ ଆସାମ ଓ ରେଲ୍‌ୱେ ପାଇଁ ୨୭ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ଟି. ଦିଲୀପ ୨୦୨୧ରୁ ୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫି ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ ଦଳର ଫିଲ୍‌ଡିଂ ପ୍ରଶିକ୍ଷକ ଥିଲେ। ପରେ ୨୦୨୫ରେ ତାଙ୍କୁ ଏକ ବର୍ଷ ଲାଗି ପୁନଃ ନିଯୁକ୍ତି ମିଳିଥିଲା। ହେଲେ ତାଙ୍କ ସମୟରେ ଭାରତୀୟ ଦଳର ଫିଲ୍‌ଡିଂ ନିମ୍ନମାନର ହେବାରୁ ବିସିସିଆଇ ତାଙ୍କ ଚୁକ୍ତି ବଢ଼ାଇନଥିଲା। ଭାରତୀୟ ଦଳର ସହକାରୀ ପ୍ରଶିକ୍ଷକ ଥିବା ନେଦରଲାଣ୍ଡ୍‌ସର ରିୟାନ ଟେନ୍ ଡୋସ୍କାଟେ ଇସ୍ତଫା ଦେଇ କଲକାତା ନାଇଟ୍‌ ରାଇଡର୍ସରେ ଯୋଗ ଦେଇଛନ୍ତି।

Leave a comment