ଫିଫା ବିଶ୍ବକପ ଫୁଟବଲ: ବ୍ରାଜିଲ-କ୍ରୋଏସିଆ, ଆର୍ଜେଣ୍ଟିନା-ନେଦରଲାଣ୍ଡ୍‌ସ କ୍ବାର୍ଟର ଲଢ଼େଇ ଆଜି

ଫିଫା ବିଶ୍ବକପର କ୍ବାର୍ଟର ଫାଇନାଲ ଆଜିଠୁ ୫ଥର ଚମ୍ପିଆନ ବ୍ରାଜିଲ ଓ ଶେଷ ସଂସ୍କଣରର ରନର୍ସଅପ କ୍ରୋଏସିଆ ଏହି ହାଇଭୋଲଟେଜ୍‌ ମ୍ୟାଚରେ ମୁହାଁମୁହିଁ ହେବେ। ବ୍ରାଜିଲ ନିକଟରେ ୬ଷ୍ଠ ଥର ପାଇଁ ଟାଇଟଲ ଜିତିବାର ସୁଯୋଗ ଏବେ ଉପନୀତ ହୋଇଛି। ବ୍ରାଜିଲ ​‌ଲିଗ୍‌ରେ ୨-୦ଗୋଲରେ ସର୍ବିଆ ଓ ୧-୦ ଗୋଲରେ ସ୍ବିଜରଲାଣ୍ଡ୍‌ସକୁ ପରାସ୍ତ କରିଥିବାବେଳେ କାମେରୁନ ନିକଟରୁ ୦-୧ ଗୋଲରେ ପରାଜିତ ହୋଇଥିଲା। ଦଳ ପ୍ରିକ୍ବାର୍ଟରରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି କ୍ବାର୍ଟରରେ ପହଞ୍ଚିଛି।
୨୦୧୮ ଉପ ବିଜେତା କ୍ରୋଏସିଆ ଚମତ୍କାର ପ୍ରଦର୍ଶନ କରି ଏବେ କ୍ବାର୍ଟର ଫାଇନାଲରେ ପହଞ୍ଚିଛି। ଦଳ କାନାଡାକୁ ୪-୧ ଗୋଲରେ ପରାସ୍ତ କରିଥିବାବେଳେ ବେଲଜିୟମ ଓ ମରୋକ୍କୋ ସହ ମ୍ୟାଚ ଡ୍ର ରଖିଥିଲା। ପ୍ରିକ୍ବାର୍ଟରରେ ଜାପାନକୁ ପେନାଲ୍ଟି ସୁଟ୍‌ଆଉଟରେ ହରାଇ କ୍ବାର୍ଟରରେ ପହଞ୍ଚିଛି। କ୍ରୋଏସିଆକୁ ବ୍ରାଜିଲ ବିପକ୍ଷରେ ଜିତିବାକୁ ହେଲେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ। ଉକ୍ତ ମ୍ୟାଚ ମୁଖ୍ୟତଃ ଲୁକା ମାଡ୍ରିକ୍‌ ଓ ନୈମାର ଜୁନିୟର ମଧ୍ୟ​ରେ‌ ଲଢେଇ ହେବା ଆଶା କରାଯାଉଛି।

୨ୟ କ୍ବାର୍ଟରଫାଇନାଲରେ ଦୁଇଥର ଚମ୍ପିଆନ୍‌ ଆର୍ଜେଣ୍ଟିନା ଓ ନେଦରଲାଣ୍ଡ୍‌ସ ମୁହାଁମୁହିଁ ହେବେ। ଲିଓନେଲ ମେସି ବିଶ୍ବକପ୍‌ ଟ୍ରଫି ଜିତିବାର ସ୍ବପ୍ନକୁ ପୂରଣ କରିବା ନେଇ ଆଶାୟୀ ଥିବା ବେଳେ ନେଦରଲାଣ୍ଡ୍‌ସ ମଧ୍ୟ ପ୍ରଥମ ଥର ବିଶ୍ବକପ ଜିତିବାକୁ ଉଦ୍ୟମ କରିବ।
ନେଦରଲାଣ୍ଡ୍‌ସ ଲିଗ୍‌ ପର୍ଯ୍ୟାୟରେ ୨-୦ରେ ସେନିଗାଲ, ୨-୦ରେ କାତାରକୁ ପରାସ୍ତ କରିଥିବା ବେଳେ ଇ​‌େ​‌କ୍ବଡର ସହ ୧-୧ ଗୋଲ ବରାବର ରଖିଥିଲା। ପ୍ରିକ୍ବାର୍ଟରରେ ୩-୧ ଗୋଲରେ ଆମେରିକାକୁ ପରାସ୍ତ କରି କ୍ବାର୍ଟରଫାଇନାଲରେ ପହଞ୍ଚିଛି। ଆର୍ଜେଣ୍ଟିନା ପ୍ରଥମ ମ୍ୟାଚରେ ସାଉଦି ଆରବ ନିକଟରୁ ୨-୧ ଗୋଲରେ ପରାଜିତ ହୋଇଥିବା ବେଳେ ୨ୟ ମ୍ୟାଚରେ ମେକ୍ସିକୋକୁ ୨-୦ ଓ ୩ୟ ମ୍ୟାଚରେ ପୋଲାଣ୍ଡକୁ ୨-୦ ଗୋଲରେ ପରାସ୍ତକରି ପ୍ରିକ୍ବାର୍ଟରଫାଇନାଲରେ ପହଞ୍ଚିଥିଲା। ପ୍ରିକ୍ବାର୍ଟରେ ଅଷ୍ଟ୍ରେଲିଆକୁ ୨-୧ ଗୋଲରେ ପରାସ୍ତକରି ଆର୍ଜେଣ୍ଟିନା କ୍ବାର୍ଟର ଫାଇନାଲରେ ପହଞ୍ଚିଛି। ମେସି ୩ଟି ଓ ଆଲ୍‌ଭାରେଜ ୨ଟି ଗୋଲ ଦେବାରେ ସଫଳ, ହୋଇଛନ୍ତି।