ଆଇପିଏଲରେ କମାଲ କରୁଥିବା ବୈଭବ ସୂର୍ଯ୍ୟବଂଶୀ ପାଇଁ ନିଲାମ ଡ଼ିକିବେ ସୁନୀଲ ଗାଭାସ୍କର
ଆଇପିଏଲରେ କମାଲ କରୁଛନ୍ତି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ବୈଭବ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଧୂଆଁଦାର ବ୍ୟାଟିଂ କରିଛନ୍ତି । ଏହି ମ୍ୟାଚରେ ବୈଭବ ୩୮ ବଲରେ ୯୩ ରନ୍ କରି ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌକୁ ୭ ଓ୍ବିକେଟରେ ହରାଇଲା । ୨୨୧ ରନର ବିଜୟ ଲକ୍ଷ୍ୟକୁ ୫ ବଲ୍ ପୂର୍ବରୁ ବିଜୟ ପାଇଛି । ଧ୍ରୁବ୍ ଜୁରେଲ ଏବଂ ବୈଭବଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ସହଜରେ ବିଜୟ ହାସଲ କରିପାରିଛି ।
ଜୟପୁରରେ ଖେଳାଯାଇଥିବା ଲକ୍ଷ୍ନୌ-ରାଜସ୍ଥାନ ମ୍ୟାଚରେ ଧୂଆଁଦାର ବ୍ୟାଟିଂ କରିଥଲେ ବୈଭବ । ବୈଭବଙ୍କ ବ୍ୟାଟିଂ ଦେଖି ପ୍ରଶଂସା କରିଥିଲେ ସଂଜୀବ ଗୋଏଙ୍କା । ବୈଭବ ଶତକରୁ ବଞ୍ଚିତ ହୋଇଥିଲେ ସୁଦ୍ଧା ତାଙ୍କ ବ୍ୟାଟିଂକୁ ଦେଖି ସଂଜୀବ ଗୋଏଙ୍କା ଠିଆ ହୋଇ ତାଳିପାରିଥିଲେ । ମ୍ୟାଚ ସରିବା ପରେ ବ୍ୟକ୍ତିଗତ ଭାବେ ବୈଭବଙ୍କ ପାଖକୁ ଯାଇ ସାବାସୀ ଦେଇଥିଲେ । ଆଉ ଏହି ସମୟରେ କମେଣ୍ଟ୍ରି କରୁଥିବା ମହାନ ସୁନୀଲ ଗାଭାସ୍କର ହଲକା ଫୁଲକା ଅନ୍ଦାଜରେ କହିଥିଲେ, ମୁଁ ଖୁବଶୀଘ୍ର ତୁମ ପାଇଁ ନିଲାମୀ ଡାକିବି ।
ଏହି ମ୍ୟାଚରେ ଦମଦାର ପ୍ରଦର୍ଶନ ଯୋଗୁଁ ପ୍ଲେୟାର ଅଫ ଦ ମ୍ୟାଚ ହୋଇଥିଲେ ବୈଭବ ସୂର୍ଯ୍ୟବଂଶୀ । ୩୮ ବଲରେ ୯୩ ରନ୍ କରିଥିଲେ । ୭ଟି ଚଉକା ଏବଂ ୧୦ଟି ଛକା ମାରିଥିଲେ । ମାତ୍ର ୭ ରନରେ ଶତକରୁ ବଞ୍ଚିତ ହୋଇଥିଲେ ବୈଭବ । ରାଜସ୍ଥାନ ମ୍ୟାଚ୍ ଜିତିବା ପରେ ସଂଜୀବ ଗୋଏଙ୍କା ବୈଭବଙ୍କ ପାଖକୁ ଯାଇ କଥା ହେବାକୁ ଚେଷ୍ଟା କରିଥିଲେ । ସେତେବେଳେ ବୈଭବ ଫ୍ୟାନ୍ସଙ୍କୁ ଅଟୋଗ୍ରାଫ ହେଉଥିଲେ । ତେବେ କୌଣସି ବିପକ୍ଷ ଟିମର ମାଲିକ ଅନ୍ୟ ଟିମର ଖେଳାଳିଙ୍କ ପାଖକୁ ଯାଇ ପ୍ରଶଂସା କରିବା ନିଶ୍ଚିତପକ୍ଷେ ସ୍ବାଗତ ଯୋଗ୍ୟ ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଲକ୍ଷ୍ନୌକୁ ବ୍ୟାଟିଂ କରି ୫ ଓ୍ବିକେଟରେ ୨୨୦ ରନ କରିବାରେ ସକ୍ଷମ ହୋଇଥିଲା । ଯାହାକୁ ଆଉ ୫ ୱିକେଟ ଥାଇ ପୂରଣ କରିନେଇଥିଲା ରାଜସ୍ଥାନ ।