ବିଶ୍ବ ଏଡ୍ସ ଦିବସ। ଚଳିତ ବର୍ଷ ନାକୋ ପକ୍ଷରୁ ‘ଗୋଷ୍ଠୀ ସମୂହକୁ ନେତୃତ୍ବ ଦିଅ’ ବାର୍ତ୍ତା ନେଇ ସବୁଠି ସଚେତନତା ସୃଷ୍ଠି କରାଯିବ। ତେବେ ଏଡ୍ସକୁ ନେଇ ବିଭିନ୍ନ ସରକାରୀ ଓ ଘରୋଇ ଅନୁଷ୍ଠାନ ପକ୍ଷରୁ ଯେତେ ସଚେତନତା ସୃଷ୍ଟି କରାଗଲେ ବି ଏଡ୍ସ ନିୟନ୍ତ୍ରଣ ହେବା ସ୍ବାସ୍ଥ୍ୟ ବିଭାଗ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ୍ ହୋଇଯାଇଛି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯେତେ ସଚେତନତା ସୃଷ୍ଟି କରାଗଲେ ବି କାଟୁ କରୁନି। ଦିନକୁଦିନ ଏଡ୍ସ ରୋଗୀଙ୍କ ସଂଖ୍ୟା ବରଂ ବୃଦ୍ଧି ପାଇଚାଲିଛି। ବିଶେଷକରି ଯୁବଗୋଷ୍ଠୀ ଏଥିରେ ଅଧିକ ଶିକାର ହେଉଥିବା ଜଣାପଡ଼ିଛି। ବଡ଼ କଥା ହେଲା, ଅନ୍ୟ ଜିଲ୍ଲା ଅପେକ୍ଷା ବାଲେଶ୍ବର ଜିଲ୍ଲାରେ ଏଡ୍ସ ରୋଗୀଙ୍କ ସଂଖ୍ୟା ଅଧିକ ରହିବା ଚିନ୍ତାର ବିଷୟ ପାଲଟିଛି।
ଡିଏପିସିୟୁ ରିପୋର୍ଟ ଅନୁସାରେ, ବାଲେଶ୍ବର ସହିତ ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା ମିଶି ମୋଟ୍ ୧୯୫୬ ଚିହ୍ନଟ ହୋଇଛନ୍ତି। ଏଥିରେ ୬୫୫ ଜଣ ମହିଳା ଏବଂ ପୁରୁଷ ୧୦୫୦ ଜଣ ରହିଛନ୍ତି। ସେହିପରି ୧୧୯ ଜଣ ପିଲା ରହିଥିବା ଜଣାପଡ଼ିଛି। ସେହିପରି ଆଜିପର୍ଯ୍ୟନ୍ତ ୪୪୫ ଜଣଙ୍କର ଏଡ୍ସରେ ମୃତ୍ୟୁ ହୋଇସାରିଲାଣି। ତେବେ ଅନ୍ୟ ଜିଲ୍ଲାରେ ୨୦୨ ଜଣ ରହିଥିବା ବେଳେ ବାହାର ଜିଲ୍ଲାରୁ ୫୭ ଜଣ ରହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ବାଲେଶ୍ବର ଜିଲ୍ଲାରେ କେବଳ ୧୬୯୭ ଜଣ ରୋଗୀ ରହିଛନ୍ତି। ସବୁଠାରୁ ଅଧିକ ଏଡ୍ସ ରୋଗୀ ସୋର ବ୍ଲକରେ ରହିଥିବା ବେଳେ ଏହା ତଳକୁ ରହିଛି ସଦର ବ୍ଲକ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post