ହଲ୍କୁ ଆସୁଛି ୨ଟି ଚର୍ଚ୍ଚିତ ହିନ୍ଦୀ ଫିଲ୍ମ: ‘ଆନିମଲ’ ଏବଂ ‘ସାମ୍ ବାହାଦୁର’। ଏ ଫିଲ୍ମ ଦୁଇଟି ରିଲିଜ୍ ହେବା ପୂର୍ବରୁ ଏଗୁଡ଼ିକର ଟ୍ରେଲର ଓ ଗୀତକୁ କୋଟି କୋଟି ଦର୍ଶକ ଦେଖି ସାରିଛନ୍ତି। ସାରା ଦେଶରେ ଏହାକୁ ନେଇ ଉତ୍ସାହ ଲାଗି ରହିଥିବା ବେଳେ ସେଥିରୁ ବାଦ୍ ପଡ଼ିନି ଓଡ଼ିଶା। ବିଶେଷ କରି ଭୁବନେଶ୍ବରର ବିଭିନ୍ନ ହଲ୍ରେ ଆଗୁଆ ବୁକିଂ ଦର୍ଶକଙ୍କ ଉତ୍ସାହକୁ ଦର୍ଶାଉଛି। ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଫିଲ୍ମ ‘ଆନିମଲ୍’ର କ୍ରେଜ୍ ସାରା ଦେଶରେ ଆଗରେ ରହିଛି। ରଣବୀର କପୁରଙ୍କ ସହ ଦକ୍ଷିଣୀ ନାୟିକା ରଶ୍ମିକା ମନ୍ଦାନା, ବବି ଦେଓଲ ଓ ଅନିଲ କପୁର ଆଦି ଅଭିଜ୍ଞ କଳାକାର ‘ଆନିମଲ୍’ରେ ଅଛନ୍ତି। ସେଥିରେ ଦାଢ଼ି ରଖିଥିବା ଉଭୟ ରଣବୀର ଓ ବବିଙ୍କ ଗେଟ୍ଅପ୍ ଚର୍ଚ୍ଚିତ ହୋଇଛି। ଭୁବନେଶ୍ବରର ୮ଟି ସିନେମା ହଲ୍ରେ ପ୍ରତିଦିନ ‘ଆନିମଲ୍’ର ୭୭ଟି ସୋ’ ରହିଥିବା ବେଳେ ଏସ୍ପ୍ଲାନେଡ୍ରେ ସର୍ବାଧିକ ୨୦ଟି ସୋ’ ଅଛି। ନେକ୍ସସ୍ ଏସ୍ପ୍ଲାନେଡ୍ରେ ସକାଳ ୮ଟା ୪୦ରୁ ରାତି ୯ଟା ୫୫ ଯାଏ ସର୍ବାଧିକ ୨୦ଟି ସୋ’, ଡିଏନ୍ ରେଗାଲିଆରେ ସକାଳ ୯ରୁ ରାତି ୧୦ଟା ୪୫ ଯାଏ ୧୧ଟି ସୋ’, ବିଏମ୍ସି ଭବାନୀ ମଲ୍ରେ ସକାଳ ୮ଟାରୁ ରାତି ୧୧ଟା ଯାଏ ୧୦ଟି ସୋ’, ସିମ୍ଫୋନୀ ମଲ୍ରେ ସକାଳ ୯ରୁ ରାତି ୧୦ଟା ୪୫ ଯାଏ ୯ଟି ସୋ’, ଉତ୍କଳ ଗାଲେରିଆରେ ସକାଳ ୮ଟା ୧୫ରୁ ରାତି ୧୦ଟା ୪୫ ଯାଏ ୧୨ଟି ସୋ’, ମହାରାଜାରେ ସକାଳ ୭ଟାରୁ ରାତି ୧୦ଟା ୧୦ ଯାଏ ୫ଟି, କେଶରୀରେ ସକାଳ ୭ରୁ ରାତି ୯ଟା ୫୦ ଯାଏ ୫ଟି ଏବଂ ସ୍ବାତୀରେ ସକାଳ ୭ରୁ ରାତି ୧୦ଟା ୨୦ ଯାଏ ୫ଟି ସୋ’ ରହିଛି। ‘ସାମ୍ ବାହାଦୁର’ ଅପେକ୍ଷା ‘ଆନିମଲ୍’ର ଟିକେଟ୍ ଦାମ୍ ମଧ୍ୟ ଅଧିକ ରହିଛି।
Trending
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
Prev Post