କତର୍ ଗସ୍ତରେ ଯାଇଥିବା ଜର୍ମାନ୍ ରାଷ୍ଟ୍ରପତି ଫ୍ରାଙ୍କ୍-ୱାଲ୍ଟର୍ ଷ୍ଟାଇନ୍ମାୟର୍ ଦୋହାରେ ଅବତରଣ କରିଥିବା ବିମାନର ଦ୍ବାରରେ ପ୍ରାୟ ୩୦ ମିନିଟ୍ ହାତଜାକି ଠିଆ ହୋଇଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।ବିମାନ ବନ୍ଦରରେ କତର୍ସ୍ଥିତ ଜର୍ମାନିର ରାଷ୍ଟ୍ରଦୂତ ଓ ‘ମିଲିଟାରି ଅନର୍ ଗାର୍ଡ’ ଉପସ୍ଥିତ ଥିବା ସତ୍ତ୍ବେ ଏଭଳି ଘଟଣା ଘଟିଲା। କତର୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଲ୍ତାନ୍ ଅଲ୍-ମୁରାଇଚାଇ ବିମାନ ବନ୍ଦରରେ ନ ପହଞ୍ଚିବା ପର୍ଯ୍ୟନ୍ତ ଔପଚାରିକତା ଆରମ୍ଭ ହୋଇ ପାରି ନ ଥିଲା ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।କିନ୍ତୁ, ବିଳମ୍ବ ହେଲେ ବି ଜର୍ମାନ୍ ରାଷ୍ଟ୍ରପତି ଷ୍ଟାଇନ୍ମାୟର୍ କତର୍ର ଶାସକ ଶେଖ୍ ତମିମ୍ ବିନ୍ ହମାଦ୍ ଅଲ୍ ଥାନିଙ୍କ ସହିତ ହେବାକୁ ଥିବା ବୈଠକରେ ପହଞ୍ଚିବା ପାଇଁ ଠିକ୍ ସମୟରେ ବିମାନ ବନ୍ଦରରୁ ବାହାରି ଯାଇଥିଲେ।କତର୍ରେ ମାତ୍ର ୩ ଘଣ୍ଟା ରହଣି ସମୟରେ ରାଷ୍ଟ୍ରପତି ଷ୍ଟାଇନ୍ମାୟର୍ ହମାସ୍ ଆତଙ୍କବାଦୀମାନେ ପଣବନ୍ଦୀ ରଖିଥିବା ଜର୍ମାନ ନାଗରିକଙ୍କ ମୁକ୍ତି ଉପରେ ଗୁରୁତ୍ବାରୋପ କରିଥିଲେ।
Trending
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
Next Post