ଆଜି କାରଗିଲ ବିଜୟ ଦିବସ । ପାକ ବିରୋଧରେ ସେନାର ବୀରତ୍ୱକୁ ମନେପକାଉଛି ସାରାଦେଶ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କାର୍ଗିଲ ଦିବସର ସ୍ମୃତିଚାରଣ କରିଛନ୍ତି । କହିଛନ୍ତି କାର୍ଗିଲ ବିଜୟ ଦୀପ ମା ’ଭାରତର ଗର୍ବ ଏବଂ ଗୈାରବର ପ୍ରତୀକ । ଏହି ଅବସରରେ ଦେଶର ସମସ୍ତ ସାହସୀ ପୁତ୍ରମାନଙ୍କୁ ମୋର ନମସ୍କାର, ଯେଉଁମାନେ ମାତୃଭୂମିର ପ୍ରତିରକ୍ଷା କ୍ଷେତ୍ରରେ ନିଜର ବୀରତ୍ୱ ସମ୍ପନ୍ନ କରିଛନ୍ତି। ଜୟ ହିନ୍ଦ!
ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ମଧ୍ୟ ନିଜର ବାର୍ତ୍ତା ଟୁଇଟ କରିଛନ୍ତି । କହିଛନ୍ତି କାର୍ଗିଲ ବିଜୟ ଦିବସ ଆମର ସଶସ୍ତ୍ର ବାହିନୀର ଅସାଧାରଣ ବୀରତ୍ୱ ଏବଂ ନିଷ୍ଠାର ପ୍ରତୀକ ମୁଁ ସମସ୍ତ ସାହସୀ ସୈନିକଙ୍କୁ ପ୍ରଣାମ କରୁଛି, ଯେଉଁମାନେ ମା ଭାରତର ସୁରକ୍ଷା ପାଇଁ ନିଜ ଜୀବନ ଦେଇଛନ୍ତି। ସମସ୍ତ ଦେଶବାସୀ ତାଙ୍କ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ସର୍ବଦା ଋଣୀ ରହିବେ। ଜୟ ହିନ୍ଦ!
ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କାର୍ଗିଲ ଦିବସକୁ ମନେ ପକାଇ ଟୁଇଟ କରିଛନ୍ତି ।
ସାରାଦେଶ ଦେଶମାତୃକାର ରକ୍ଷା ପାଇଁ ବୀର ଯବାନଙ୍କ ବଳିଦାନର ସ୍ମୃତିଚାରଣ କରୁଛି । କାରଗିଲ ଯୁଦ୍ଧ ୧୯୯୯ ମେ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା । ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧର ଆରମ୍ଭ କରିଥିଲା । ୫ ହଜାର ସୈନ୍ୟଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ ।ଭାରତୀୟ ସେନା ଏହି ବିଷୟରେ ଅବଗତ ପରେ ଆରମ୍ଭ ହୋଇଥିଲା ଅପରେଶନ ବିଜୟ । ଯୁଦ୍ଧରେ ଭାରତର ୫୨୭ ଯବାନ ସହିଦ ହୋଇଥିଲେ । ସହିଦଙ୍କ ମଧ୍ୟରେ ଜମ୍ମୁ-କଶ୍ମୀରର ୭୧ ଜଣ ଥିଲେ । ଭାରତୀୟ ବାୟୁସେନାର ମିଗ୍-୨୭, ମିଗ୍-୨୯ ଯୁଦ୍ଧ ବିମାନରୁ ଶତ୍ରୁ ଶିବିର ଉପରେ ବୋମାମାଡ଼ କରିଥିଲା । ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱ ସମ୍ମୁଖରେ ପରାଜୟ ସ୍ୱୀକାର କରିଥିଲା ପାକିସ୍ତାନ । ଆଜି ଏହି ବୀର ସହିଦ ମାନଙ୍କ ବଳିଦାନକୁ ସାରା ଦେଶ ମନେ ପକାଇ ଏହି ଦିବସ ପାଳୁଛି ।