୨୦୨୪ ସୁଦ୍ଧା ୧୮ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ

୨ଟି ପର୍ଯ୍ୟାୟରେ ହେବ କାର୍ଯ୍ୟକ୍ଷମ

ଖରାଦିନେ ଅବବାହିକା ଅଞ୍ଚଳର ଜଳର ଆବଶ୍ୟକତା ପୂରଣ କରିବା ପାଇଁ, ମାଛ ଚାଷ ଓ ଭୂତଳ ଜଳସ୍ତର ବୃଦ୍ଧିରେ ତଥା ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୩୦ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୬ଟି ପ୍ରକଳ୍ପକୁ ଅନୁମୋଦନ କରି ସାରିଛନ୍ତି ।ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ଜଳସେଚନ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଅଧିକରୁ ଅଦରକ ସୁଦୃଢୀକରଣ ହେବାକୁ ଥିବା ବେଳେ ପ୍ରକଳ୍ପ କିପରି ତ୍ୱରାନ୍ୱିତ ହୋଇପାରିବ ସେଥିପାଇଁ ବି ଅଧିକ ଗୁରୁତ୍ୱ ଦିଆଯାଉଛି । ଆସନ୍ତା ବର୍ଷ ଫେବୃୟାରୀ ସୁଦ୍ଧା ରାଜ୍ୟରେ ମୋଟ ୧୧ଟି ଅନ୍ତଃଜଳାଶୟ ପ୍ରକଳ୍ପ ନିର୍ମାଣ ସରିବ । ଠିକ ସେହିପରି ଡିସେମ୍ବର ମାସ ୨୦୨୪ ସୁଦ୍ଧା ମୋଟ ୧୮ଟି ପ୍ରକଳ୍ପ ନିର୍ମାଣ ସାରିବାକୁ ଯୋଜନା ପ୍ରସ୍ତତୁ ହୋଇଥିବାର ଜଳସମ୍ପଦ ବିଭାଗ ତରଫରୁ ସୂଚନା ମିଳିଛି ।ସୂଚନାଯୋଗ୍ୟ ଯେ, ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟୟର ମୋଟ ୪୬ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ, ତୃତୀୟ ପର୍ଯ୍ୟାୟରେ ୨୦ଟି ପ୍ରକଳ୍ପ ପାଇଁ ବିଭଗ ପକ୍ଷରୁ ପ୍ରସ୍ତାବ ରହିଛି । ସେଥିମଧ୍ୟରୁ ଖଡଗ୍ ନଦୀ ଉପରେ ନିର୍ମଅଣ ହେବାକୁ ଥିବା ଖଡଗ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ନିକଟରେ ଟେଣ୍ଡର ଆହ୍ୱାନ କରିଛନ୍ତି ବୋଲି ବିଭାଗ ସୂତ୍ରରୁ ଜଣା ପଡିଛି ।