ଓଡ଼ିଶାରେ ଇ-ପ୍ରଶାସନ ଓ ଇ-ସେବା ପ୍ରଦାନ କ୍ଷେତ୍ରରେ ଶତପ୍ରତିଶତ ସଫଳତା ମିଳିଛି ।ଚିହ୍ନଟ ଏକକ ସମନ୍ୱିତ ସେବା ପ୍ରଦାନ ପୋର୍ଟାଲ୍ ଓଡ଼ିଶା ୱାନ୍ ଜରିଆରେ ଓଡ଼ିଶା ଶତପ୍ରତିଶତ ସେବା ପ୍ରଦାନ କରିଛି । ୯ ଅକ୍ଟୋବର ୨୦୨୩ ‘‘ନେସନାଲ ଇ-ଗଭର୍ଣ୍ଣାନ୍ସ ସର୍ଭିସ ଡେଲିଭରୀ ଆସେସମେଣ୍ଟ (ଏନଇଏସଡିଏ)ର ଭବିଷ୍ୟତ ଯୋଜନା’’- ଦେଶରେ ଇ-ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହିତ କରିବା ଏବଂ ଇ-ସେବା ଯୋଗାଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସେବା ଅଧିକାର କମିସନରଙ୍କ ସହ ପ୍ରଶାସନିକ ସଂସ୍କାର ଓ ଲୋକ ଅଭିଯୋଗ ବିଭାଗ (ଡିଏଆରପିଜି) ଦ୍ୱିତୀୟ ବୈଠକରେ ହୋଇଥିବା ଆଲୋଚନାରେ ଏ ସମ୍ପର୍କରେ ତଥ୍ୟ ମିଳିପାରିଛି।ଏହି ରିପୋର୍ଟରେ ଏନଇଏସଡିଏ ଭବିଷ୍ୟତ ଯୋଜନା ଡ୍ୟାସବୋର୍ଡରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ପ୍ରଦାନ କରାଯାଉଥିବା ଇ-ସେବା ସଂଖ୍ୟା ଏବଂ ବାଧ୍ୟତାମୂଳକ ଇ-ସେବାର ଆଧାର ଧାର୍ଯ୍ୟ କରାଯାଇଛି। ଏହା ସାକ୍ଷାତମୁକ୍ତ ବା ଫେସଲେସ୍, ସ୍ୱତଃ ସେବା ପ୍ରଦାନ ଏବଂ ସମନ୍ୱିତ ସେବା ଯୋଗାଣ ପୋର୍ଟାଲର ସ୍ଥିତି ଉପରେ ମଧ୍ୟ ଆଲୋକପାତ କରିଥାଏ। କେବଳ ସେତିକି ନୁହେଁ, ଏହି ରିପୋର୍ଟରେ କ୍ଷେତ୍ରଭିତ୍ତିକ ଇ-ସେବାର ଆକଳନ ଓ ତୁଳନା କରାଯିବା ସହ ଅଫଲାଇନ୍ ସେବାକୁ ଅନଲାଇନ୍ ପ୍ଲାଟଫର୍ମକୁ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ନିର୍ଦ୍ଦିଷ୍ଟ ସୁଯୋଗ ଉପରେ ଆଲୋକପାତ କରାଯାଇଛି। ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ଦ୍ୱାରା ମୋଟ୍ ୧୪,୭୩୬ ଇସେବା ଯୋଗାଇ ଦିଆଯାଉଛି । ୨୦୧୬ଟି ବାଧ୍ୟତାମୂଳକ ଇ-ସେବା ମଧ୍ୟରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ୧୫୦୫ଟି ଇ-ସେବା ଯୋଗାଇ ଦେଇ ୭୪.୫% ଲକ୍ଷ୍ୟ ହାସଲ କରିଛନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଦ୍ୱାରା ୧୪ ହଜାର ୭୩୬ଟି ଇସେବା ଯୋଗାଇ ଦିଆଯାଉଥିବା ବେଳେ ଜମ୍ମୁ ଓ କଶ୍ମୀରରେ ସବୁଠୁ ଅଧିକ ୧୦୨୮ଟି ଇ-ସେବା ପ୍ରଦାନ କରାଯାଉଛି । ଓଡ଼ିଶା ବ୍ୟତୀତ କେରଳ (ଇ-ଉନ୍ନତ) ଓ ଜମ୍ମୁକାଶ୍ମୀର (ଇ-ସେବାନାମ) ଶତପ୍ରତିଶତ ଇ-ସେବା ଯୋଗାଇବାରେ ସଫଳ ହୋଇଛନ୍ତି।
Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Prev Post
Next Post