୨୬ ନଭେମ୍ବର ୨୦୦୮ ମୁମ୍ବାଇ ଆକ୍ରମଣକୁ ନେଇ ପୁଣିଥରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସେତେବେଳେ ଇସଲାମାବାଦରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଶରତ ସଭରଓ୍ବାଲ ଏହି ମାମଲାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ଶରତ କହିଛନ୍ତି ତାଙ୍କୁ ପାକିସ୍ତାନ ଆର୍ମିରୁ ତଥ୍ୟ ମିଳିଥିଲା ଯେ, ଲସ୍କର-ଇ-ତୋଇବାର ମୁଖ୍ୟ ହାପିଜ୍ ସଇଦ୍ ବିରୁଦ୍ଧରେ କୌଣସି ବି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ।ପାକିସ୍ତାନ ଆର୍ମିର କହିବା ମୁତାବକ ହାପିଜ୍ ବିରୁଦ୍ଧରେ କୌଣସି ପ୍ରମାଣ ମିଳିନଥିଲା। କିନ୍ତୁ ସେନା ପକ୍ଷରୁ ଏହାକୁ ଅଣଦେଖା କରାଯାଇ, ହାଫିଜ ପ୍ରତି ଉଦାସୀନ ମନୋଭାବ ଦେଖାଯାଇଥିଲେ।ତେବେ ସେବେଠାରୁ ମୁମ୍ବାଇ ଆକ୍ରମଣରେ ଲସ୍କରଙ୍କ ଭୂମିକା ଉପରେ ଭାରତ ଏବଂ ଅନ୍ୟାନ୍ୟ ଦେଶରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ସୂଚନାଯୋଗ୍ୟ ଯେ ୨୦୦୮ ମସିହାରେ ହୋଇଥିବା ଏହି ଆକ୍ରମଣରେ ଲସ୍କର ଆତଙ୍କବାଦୀମାନେ ମୁମ୍ବାଇରେ ତିନି ଦିନ ଧରି ଆକ୍ରମଣ କରିଚାଲିଥିଲେ। ଏଥିରେ ୧୬୬ ଜଣ ପ୍ରାଣ ହରାଇଥିଲେ। କରାଚିରୁ ସମୁଦ୍ରପଥରେ ଆସିଥିବା ୧୦ ଜଣ ଆତଙ୍କବାଦୀ ସାରା ମୁମ୍ବାଇରେ ସୃଷ୍ଟି କରିଥିଲେ ଭୟ ଓ ଆତଙ୍କ। ତା’ପରେ ଲସ୍କରର ଏକମାତ୍ର ଆତଙ୍କବାଦୀ ଅଜମଲ କସାବକୁ ଜୀବନ୍ତ ଅବସ୍ଥାରେ ଧରିଥିଲା ପୁଲିସ୍। ପରେ, ଏଥିରେ ହାଫିଜ ସଇଦର ସମ୍ପୃକ୍ତି ଥିବା ଅନେକ ପ୍ରମାଣ ମିଳିଥିଲା।
Trending
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
- ଆସାମରେ ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ
Prev Post
Next Post