କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ଏବଂ ବୟନ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଆଜି ଭାରତ ଏକ ପ୍ରମୁଖ ମାଇଲ୍ ଖୁଂଟ ଅତିକ୍ରମ କରିଛି, ଯେଉଁଥିରେ ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍କୁ ମାନ୍ୟତା ମିଳିଛି ବୋଲି ଘୋଷଣା କରିଛନ୍ତି । ସେ କହିଥିଲେ ଯେ, ଏହି ସଂଖ୍ୟା ପରିକଳ୍ପିତ – ଶକ୍ତିର ପ୍ରମାଣ ଦେଇଥାଏ ।
ଏହା ଏମିତି ଏକ ପରିକଳ୍ପନା, ଯାହା ନବସୃଜନ ଏବଂ ଉଦ୍ୟମିତା ଆଧାରିତ ବିକାଶ ସମ୍ପର୍କିତ ଅଟେ ବୋଲି ସେ ଗୁରୁତ୍ୱ ଦେଇ କହିଥିଲେ ।ଉଦ୍ୟୋଗ ଏବଂ ଆନ୍ତରୀଣ ବ୍ୟାପାର ସମ୍ବର୍ଦ୍ଧନ ବିଭାଗ (ଡିପିଆଇଆଇଟି) ୭୫ ହଜାରରୁ ଅଧିକ ଷ୍ଟାର୍ଟ – ଅପ୍ସକୁ ମାନ୍ୟତା ପ୍ରଦାନ କରିଛି, ଯାହା ସ୍ୱାଧୀନତାର ୭୫ ବର୍ଷ ହେବା କ୍ରମରେ ଏକ ମାଇଲ୍ ଖୁଂଟ ଅଟେ । ଭାରତ ଯେତେବେଳେ ଆଜାଦୀ / ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ନବସୃଜନ, ଉତ୍ସାହ ଏବଂ ଉଦ୍ୟମୀ ଭାବନା ଭାରତୀୟ ଷ୍ଟାର୍ଟ ଅପ୍ସ ପାରିବେଶିବ ବ୍ୟବସ୍ଥାକୁ କ୍ରମାଗତ ଭାବେ ଗତି ପ୍ରଦାନ କରୁଛି ।