ଏଲଆଇସିର ଏକ ନୂଆ ଜୀବନ ବୀମା ପଲିସି ଜୀବନ ଉତ୍ସବ ଜାରି କରିଛି । କମ୍ପାନୀ ଏହି ପଲିସିକୁ ଅନେକ ଗୁଡିଏ ଆକର୍ଷକ ଫିଚର ସହିତ ଜାରି କରିଛି । ଏଥିରେ ନିିବେଶକଙ୍କ ଲାଗି ସୁନିଶ୍ଚିତ ରିଟର୍ଣ୍ଣର ପ୍ରତିଶ୍ରୁତି ରହିଛି । ଏଲଆଇସି ପକ୍ଷରୁ କୁହାଯାଇଛି ଏହା ଏକ ନନ୍ ଲିଙ୍କଡ୍, ବ୍ୟକ୍ତିଗତ ସଞ୍ଚୟ ଓ ସଂପୂର୍ଣ୍ଣ ଜୀବନବୀମା ଯୋଜନା ।ଏଲଆଇସିର ଅଧ୍ୟକ୍ଷ ସିଦ୍ଧାର୍ଥ ମହାନ୍ତି କହିଛନ୍ତି ନୂଆ ପଲିସି ସୁନିଶ୍ଚିତ ରିଟର୍ଣ୍ଣ ସହିତ ଓ ଏହା ପୂର୍ଣ୍ଣ ହେବା ପରେ ପଲିସିଧାରକଙ୍କୁ ସାରା ଜୀବନ ବୀମାରାଶିର ୧୦% ମିଳିବ । ଏହା ବ୍ୟତିତ ଏଥିରେ ଲୋନ୍ ସୁବିଧା ଓ ସମୟ ପୂର୍ବରୁ ଉଠାଣର ସୁବିଧା ବି ରହିଛି ।ଆରମ୍ଭରୁ ପଲିସି ଧାରକଙ୍କ ନିକଟରେ ଦୁଇଟି ବିକଳ୍ପ ରହିବ ଯାହା ମଧ୍ୟରୁ ଗୋଟିଏକୁ ଚୟନ କରିବାକୁ ହେବ । ଏଥିମଧ୍ୟରେ ଗୋଟିଏ ବିକଳ୍ପ ହେବ ନିୟମିତ ଆୟ ଲାଭ ଓ ଅନ୍ୟଟି ଫ୍ଲେକ୍ସୀ ଆୟ ଲାଭ । ପଲିସିର ମିନିମମ୍ ବେସିକ୍ ବୀମା ରାଶି ରହିଛି ୫ ଲକ୍ଷ । ଅଧିକତମ ମୂଳ ବୀମା ରାଶିର କୌଣସି ସୀମା ନାହିଁ । ଏହି ପଲିସିରେ ସାରା ଜୀବନ ରିଟର୍ଣ୍ଣ ସହିତ ପ୍ରିିମିୟମ ଭରିବାର ଅବଧି ୫ରୁ ୧୬ ବର୍ଷ ମଧ୍ୟରେ ସୀମିତ । ପ୍ରିମିୟମ ଭରିବା ସମୟରେ ଅତିରିକ୍ତ ଗ୍ୟାରେଣ୍ଟି ବି ଦିଆଯିବ । ଏହି ପଲିସି ଲାଗି ନ୍ୟୁନତମ ବୟସ ୧୮ ପ୍ରିମିୟମ ଶେଷର ସର୍ବାଧିକ ବୟସ ୭୫ ରହିଛି ।
Trending
- ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ହେଲେ ଆଯୋଧ୍ୟା ରାମ ମନ୍ଦିରର CEO
- ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା
- ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା ,ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ
- ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମାେହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
- ବାଣ କାରଖାନାରେ ବିସ୍ଫୋରଣ : ୮ ପିଲାଙ୍କ ସମେତ ୧୧ ମୃତ ୫ ଗୁରୁତର
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲଙ୍କ ଇସ୍ତଫା, ପାରିବାରିକ ଓ ବ୍ୟକ୍ତିଗତ କାରଣ ପାଇଁ ନେଲେ ଅବସର
Prev Post
Next Post