ଆଜି ସନ୍ଧ୍ୟା ୫ଟାରେ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ଉଦ୍‌ଘାଟନ କରିବେ ମୋଦି

ଆଜି ସନ୍ଧ୍ୟା ୫ଟାରେ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ଉଦ୍‌ଘାଟନ କରିବେ ମୋଦି
PM Modi to unveil 'statue of equality' tomorrow. 5 points

ମେଟ୍ରୋ ଟିଭି ଓଡିଶା,୫/୨ : ଆଜି ଉଦ୍ଘାଟିତ ହେବାକୁ ଯାଉଛି ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’। ଶନିବାର ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ପ୍ରତିମାର ଅନାବରଣ କରିବେ। statue of Equalityର ବହୁତ ଗୁରୁତ୍ୱ ରହିଛି। ଏହି କାରଣରୁ ତେଲେଙ୍ଗାନା ସରକାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଆଜି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ସୋମେଶ କୁମାର, ଡିଜିପି ମହେନ୍ଦ୍ର ରେଡ୍ଡି ଶ୍ରୀରାମନଗର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ ନିରୀକ୍ଷଣ କରୁଛନ୍ତି।

Ode to equality- The New Indian Express

Statue of Equality କୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମୃତିରେ ତିଆରି କରାଯାଇଛି। ସେ ୧୧ ତମ ଶତାବ୍ଦୀର ଭକ୍ତି ସନ୍ଥ ଥିଲେ। ସେ ଆସ୍ଥା, ଜାତି ସମେତ ଜୀବନର ସମସ୍ତ ଅବସ୍ଥାରେ ସମାନତା ବିଚାରକୁ ଗୁରୁତ୍ୱ ଦେଇଥିଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ପ୍ରତିମାର ଉଚ୍ଚତା ୨୧୬ ଫୁଟ୍ ରହିଛି, ଯାହା ଦୁନିଆର ସବୁଠୁ ଉଚ୍ଚ ବସିଥିବା ପ୍ରତିମା। ପାଖାପାଖି ୧୮୦୦ ଟନ୍ ଲୁହାରେ ଏହା ନିର୍ମିତ ହୋଇଛି। Statue of Equality କୁ ତିଆରି କରିବା ପାଇଁ ସୁନା, ଚାନ୍ଦୀ, ତମ୍ବା, ପିତ୍ତଳ ଓ ଜିଙ୍କ୍ ବ୍ୟବହାର କରାଯାଇଛି। ଯାହା ପ୍ରତିମାର ଆକର୍ଷଣକୁ ବହୁ ଗୁଣିତ କରୁଛି। ମୂର୍ତ୍ତି ଓ ମନ୍ଦିର ପରିସରର ପୂରା ପରିକଳ୍ପନା ତ୍ରିନ୍ଦଡୀ ଶ୍ରୀ ଚିନ୍ନା ଜୀୟର ସ୍ୱାମୀ କରିଛନ୍ତି ।

ରାମାନୁଜାଚାର୍ଯ୍ୟଙ୍କ ଜନ୍ମ ୧୦୧୭ରେ ତାମିଲନାଡ଼ୁର ଶ୍ରୀପେରମ୍ବୁଦୁରରେ ହୋଇଥିଲା। ମୂର୍ତ୍ତି ଓ ମନ୍ଦିର ପରିସରର ପୂରା ପରିକଳ୍ପନା ତ୍ରିନ୍ଦଡୀ ଶ୍ରୀ ଚିନ୍ନା ଜିୟର ସ୍ୱାମୀ କରିଛନ୍ତି। ବୈଷ୍ଣବ ସମାଜର ମୁଖ୍ୟ ସନ୍ଥଙ୍କ ମଧ୍ୟରେ ସେ ପ୍ରମୁଖ। ୧୬ ବର୍ଷ ବୟସରେ ସେ ବିଦ୍ୱାନ ଯାଦବ ପ୍ରକାଶଙ୍କୁ କାଞ୍ଚିରେ ନିଜ ଗୁରୁ କରିଥିଲେ। ତାଙ୍କ ପୂର୍ବ ପୁରୁଷ ଅଲମ୍ବଡା ଶ୍ରୀରାମ ବୈଷ୍ଣବ ମଠରେ ପୂଜାରୀ ଥିଲେ।