ଭରତପୁର ଥାନା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡି ଆନ୍ଦୋଳନ ଡାକରା ଦେଇଛି। ସରକାର ଓ ସରକାରୀ ଦଳର ପ୍ରୋତ୍ସାହନରେ ପୀଡ଼ିତାଙ୍କୁ ନିନ୍ଦିତ କରିବାକୁ ଚେଷ୍ଟା କରାଯାଉଛି ବୋଲି ଦଳ ଆରୋପ ଲଗାଇଛି। ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଅରୁଣ ସାହୁ କହିଥିଲେ, ଏହି ଲଜ୍ଜାଜନକ ଘଟଣାକୁ ରାଜ୍ୟ ସରକାର ଚପାଇଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି। ଘଟଣାଟି ୧୪ ତାରିଖ ରାତିରେ ଘଟିଥିଲେ ହେଁ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ ଚପାଇ ଦେଇଥିଲେ। ପୀଡ଼ିତା ହାଇକୋର୍ଟରୁ ଜାମିନ ପାଇବା ପରେ ଏହି ଘଟଣାଟି ୧୮ ତାରିଖରେ ଲୋକଲୋଚନକୁ ଆସିଲା।ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଲେ, ଭରତପୁର ଥାନା ଘଟଣା କେବଳ ରାଜ୍ୟ ନୁହେଁ, ସାରା ଦେଶରେ ଓଡ଼ିଶାର ସମ୍ମାନ ତଳକୁ ନେଇ ଯାଇଛି। ବିଜେପି ସରକାର କ୍ଷମତାକୁ ଆସିବାର ୧୦୦ ଦିନ ପୂରଣକୁ ନେଇ ବିଜେପି ଉତ୍ସବ ପାଳନରେ ମସ୍ଗୁଲ ଥିଲା ବେଳେ ଭରତପୁର ଥାନା ଲଜ୍ଜା ଘଟଣା ଲୋକଲୋଚନକୁ ଆସିଛି। ୧୦୦ ଦିନର ଯାତ୍ରାର ଆରମ୍ଭରେ ରାଜ୍ୟପାଳଙ୍କ ପୁଅ ଦ୍ବାରା ଆକ୍ରମଣର ଶୀକାର ହୋଇଥିଲେ ଜଣେ ସରକାରୀ ଅଧିକାରୀ ଏବଂ ୧୦୦ ଦିନର ପୂର୍ତ୍ତିର ଠିକ୍ ପୂର୍ବରୁ ଭରତପୁର ଥାନା ଲଜ୍ଜା ଘଟଣା ରାଜ୍ୟବାସୀଙ୍କୁ ଚକିତ କରିଛି। ଭୁବନେଶ୍ବରରେ ହେବାକୁ ଥିବା ୬ ଘଣ୍ଟିଆ ହରତାଳ ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ହରତାଳ କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ସୂଚନା ଦେଇଥିଲେ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post