ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ବୁଲିବେ ନବୀନ ପଟ୍ଟନାୟକ, ବିଜେଡି ଠାରୁ ଦୁରେଇ ଯାଇଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ
ଜିଲ୍ଲା ବୁଲିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ବୁଲିବେ ନବୀନ ପଟ୍ଟନାୟକ । ଅକ୍ଟୋବର ଓ ନଭେମ୍ବରରେ ନବୀନ ଜିଲ୍ଲା ବୁଲିବେ। ବିଧାୟକମାନଙ୍କ ସହ ବି ଏ ନେଇ ନବୀନ ଆଲୋଚନା କରିଛନ୍ତି । ଦଳ ଛାଡିଥିବା ନେତା ବି ଆଗକୁ ପୁଣି ଫେରିବେ ।ସାଧାରଣ ନିର୍ବାଚନରେ ବିଜେଡି ଠାରୁ ଦୁରେଇ ଯାଇଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ହେଉଛି ।
ବିଜେଡି ସପକ୍ଷରେ ନିର୍ବାଚନ କେମିତି ଯିବ ସେନେଇ କାମ ଆରମ୍ଭ ହେଲାଣି । ଦଳୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ହାରିଥିବା ନେତା ମଧ୍ୟ କାମ ଆରମ୍ଭ କରିଦେଲେଣି । ପଞ୍ଚାୟତ ସ୍ତରରେ ଯେଉଁ ମାନେ ଦୁର୍ନୀତି କରିଛନ୍ତି। ଲୋଭ ଓ ଲାଭରେ ଅଛନ୍ତି ସେମାନେ ଦଳ ଛାଡୁଛନ୍ତି । ଯେଉଁମାନେ ଲୋକଙ୍କ ପାଇଁ କାମ କରୁଛନ୍ତି ସେମାନେ ଦଳ ସହିତ ଅଛନ୍ତି ।
ସୂଚନା ଥାଉକି, ଓଡ଼ିଶାରେ ଆସନ୍ତା ବର୍ଷ (୨୦୨୭) ଜାନୁଆରୀ ଓ ଫେବୃଆରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ବର୍ତ୍ତମାନର ପଞ୍ଚାୟତ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ଏହି ନୂତନ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଥିଲା ।
କମିଶନର କହିଥିଲେ ଯେ ନିର୍ବାଚନ ପ୍ରସ୍ତୁତି ନେଇ ବିଭିନ୍ନ ଜିଲାର ଜିଲାପାଳ, ଉପ-ଜିଲାପାଳ ଓ ପୌର କମିଶନରମାନଙ୍କ ସହ ଆଲୋଚନା ଜାରି ରହିଛି।ନିର୍ବାଚନକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘରକୁ ଘର ବୁଲି ଭୋଟର ସର୍ଭେ କରାଯିବ। ଏହି ସର୍ଭେ କାର୍ଯ୍ୟ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି।
ତେବେ ଜନଗଣନା କାର୍ଯ୍ୟ ଯୋଗୁଁ ଏଥିରେ ପ୍ରାୟ ମାସେ ବିଳମ୍ବ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। ଭୋଟରମାନଙ୍କ ସୁବିଧା ପାଇଁ ଆବଶ୍ୟକ ସ୍ଥଳେ ବୁଥ୍ଗୁଡ଼ିକର ପୁନର୍ଗଠନ କରାଯିବ। ପୋଲିଂ ବୁଥ୍ ଯେପରି ଭୋଟରଙ୍କ ଘର ପାଖରେ ରହିବ, ତାହାକୁ ପ୍ରାଥମିକତା ଦିଆଯିବ। ତେବେ ଏହି ଭୋଟର ସର୍ଭେ ସହିତ ‘ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍’ (SIR) ର କୌଣସି ସମ୍ପର୍କ ନାହିଁ ବୋଲି ପାଢ଼ୀ ସ୍ପଷ୍ଟ କରିଛନ୍ତି।