କୃଷକ ପରିବାରୁ ଉପରାଷ୍ଟ୍ରପତି ଭବନ

ସାଧାରଣ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଗଦୀପ । ରାଜସ୍ଥାନର ଏକ ଛୋଟିଆ ଗାଁ ରେ ଜନ୍ମହାେଇଥିବା ଜଗଦୀପ ନିଜର ଦୃଢ଼ ଅଧ୍ୟବଶାୟ ବଳରେ ଆସି ସେ ଏତେବାଟ ରେ ପହଁଚିଛନ୍ତି । ଅଗଷ୍ଟ 6ରେ ସେ ନିଶ୍ଚିତ ରାଷ୍ଟ୍ରପତି ହେବେ । କାରଣ ସେ ଏନଡିଏର ପ୍ରାର୍ଥୀ । ରାଜନୀତିରେ ଦୀର୍ଘ ଦିନର ସଂଘର୍ଷ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଜଗଦୀପ ।  ଜଗଦୀପ ଧନଖର ରାଜସ୍ଥାନର ଝୁନଝୁନ ବାସିନ୍ଦା। ଗାଁର ଏକ ସରଳ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ଧନଖଡ଼ ସୈନିକ ବିଦ୍ୟାଳୟ ଚିତ୍ତୋରଗଡରୁ ଶିକ୍ଷା ଲାଭ କରିଛନ୍ତି । ସେ ପଦାର୍ଥ ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭ କରିବା ସହ ଦୀର୍ଘ ଦିନ ଧରି ରାଜସ୍ଥାନ ହାଇକୋର୍ଟରେ ଓକିଲାତି କରିବା ସହ ପରେ ସେ ସୁପ୍ରିମକୋର୍ଟରେ ଜଣେ ପ୍ରତିଷ୍ଠିତ ଓକିଲ ଭାବରେ ନିଜର ଭାବମୂର୍ତ୍ତି ସୃଷ୍ଟି କରିପାରିଥିଲେ । ବିଶେଷ କରି ମୋଦି ସରକାରଙ୍କ ନୀତିକୁ ପ୍ରଶଂସା କରିବା ଏବଂ ବିରୋଧୀଙ୍କୁ ଖୋଲାଖୋଲି ସମାଲୋଚନା କରିବା ପାଇଁ ତାଙ୍କୁ ମୋଦି ଏହି ପୁରସ୍କାର ଦେଇଛନ୍ତି । ପଶ୍ଚିମବଂଗ ଭଳି ରାଜ୍ୟରେ ମମତାଙ୍କୁ ଟାର୍ଗେଟ କରି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଧନଜୀବନ ସୁରକ୍ଷା କରିବାରେ ଜଗଦୀପଙ୍କୁ ଶ୍ରେୟ ଦିଆଯାଇପାରେ । ହିଂସାକାରୀଙ୍କୁ ଦଣ୍ଡ ଦେବା ପାଇଁ ତାଙ୍କର କଡା ଟିପ୍ପଣୀ ରାଜ୍ୟରେ ହିଂସା କମ କରିବାରେ ନିଶ୍ଚୟ କାମ ଦେଇଛି । ଅନେକ ରାଜନୀତିକ ହିଂସାକାଣ୍ଡଙ୍କୁ ସେ ଲୋକଲୋଚନକୁ ଆଣିବା ସହ ଦୋଷୀଙ୍କୁ କାଠଗଡ଼ାକୁ ନେବା ପାଇଁ ପଶ୍ଚିମ ବଂଗରେ ତାଙ୍କର କାର୍ଯ୍ୟକୁ ହେୟ ମନେକରାଯାଇପାରିବ ନାହିଁ ।

ଦନଖଡଙ୍କ କାର୍ଯ୍ୟକାଳକୁ ଦେଖିଲେ ରାଜସ୍ଥାନର ଝୁନଝୁନ ଲୋକସଭା ଆସନରୁ ବିଜୟୀ ହୋଇ 1989-91 ପର୍ଯ୍ୟନ୍ତ ସାଂସଦ ଥିଲେ ଧନଖଡ । ଝୁନଝୁନ ଆସନରୁ ଲୋକସଭା ନିର୍ବାଚନରେ ଜନତା ଦଳ ପ୍ରାର୍ଥୀ ଭାବେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ।  1993–98 ପର୍ଯ୍ୟନ୍ତ ରାଜସ୍ଥାନର କିଶାନଗଡ ବିଧାନସଭାରୁ ଜିତି ବିଧାୟକ ଥିଲେ । ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ମଧ୍ୟ ଥିଲେ। 30 ଜୁଲାଇ 2019 ରେ  ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ। ଯେବେଠୁ ସେ ରାଜ୍ୟପାଳ ହୋଇଛନ୍ତି ସେବେଠୁ ସେ ସାରା ଦେଶରେ ନିଜର ଖୋଲା ମନ୍ତବ୍ୟ ପାଇଁ ଚର୍ଚାରେ ଅଛନ୍ତି ।

ପଶ୍ଚିମବଙ୍ଗ ରାଜ୍ୟପାଳ ହେବା ପରେ  ଧନଖଡ  ଏବଂ ମମତା ସରକାରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଥିଲା ।  ରାଜ୍ୟପାଳ  ଭାବେ ଜଗଦୀପ ଧନଖଡ ସବୁଠାରୁ ଅଧିକ ବିବାଦ ଘେରରେ ରହିଥିଲେ । ଟିଏମସି ଧନଖଡଙ୍କୁ  ବିଜେପିର ଏଜେଣ୍ଟ ପରି କାମ କରୁଥିବା ଅଭିଯୋଗ କରିଥିଲା । ରାଜ ଭବନକୁ ବିଜେପି କାର୍ଯ୍ୟାଳୟରେ ପରିଣତ କରିଦେଇଥିବା ମମତା ବାନାର୍ଜୀ କହିଥିଲେ ।  ବିବାଦ ଏଭଳି ସ୍ତରରେ ପହଞ୍ଚି ଥିଲା ଯେ ଟିଏମସିର ୫ ଜଣିଆ ପ୍ରତିନିଧୀ ଦଳ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟି ରାଜ୍ୟପାଳ ଧନଖଡଙ୍କୁ ହଟାଇବାକୁ ଅନୁରୋଧ କରିଥିଲେ। ଏତେ ସବୁ ହେଲା ପରେ ମଧ୍ୟ ଧନଖଡ଼ ଦବି ଯାଇନଥିଲେ । ନିଜର କାର୍ଯ୍ୟ ଯେପରି କରିବା କଥା ସେପରି କରିଚାଲିଥିଲେ । ଏଥିରୁ ଏହାହିଁ ସ୍ପଷ୍ଟ ଯେ ଯେଉଁ ନେତା ବିଜେପି କାର୍ଯ୍ୟକର୍ତ୍ତା ସହ ଅଛନ୍ତି ତାଙ୍କୁ ଦଳ ପୁରସ୍କାର ଦେଇଛି । ଜଗଦୀପଙ୍କ କ୍ଷେତ୍ରରେ ମଧ୍ୟ ଏହାକୁ କୁହାଯାଇପାରେ ।