ଆରମ୍ଭ ହେଲା ଉପରାଷ୍ଟ୍ରପତି ନିର୍ବାଚନ

ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନାହିଁ ବିଜୁ ଜନତା ଦଳ । ଏନଡିଏ ଓ ଇଣ୍ଡି ମେଣ୍ଟ ଠାରୁ ସମଦୂରତାର ଦ୍ବାହି ଦେଇ ଏଭଳି ନିଷ୍ପତ୍ତି ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ଆଜି ବିଜେଡିର ୭ ରାଜ୍ୟସଭା ସାଂସଦ ନିଜ ଗମତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ନାହିଁ। ବିଜେଡିର ଏଭଳି ନିଷ୍ପତ୍ତି ପରେ ନବୀନଙ୍କ ଆଭିମୁଖ୍ୟକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି ।କାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ ଦେବେ ସଂସଦର ମୋଟ ୭୮୧ ସାଂସଦ। ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ହେବ । ତେବେ ଭୋଟିଂ ପୂର୍ବରୁ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନ୍ । ସେପଟେ ସାଂସଦ କିରଣ ରିଜିଜୁଙ୍କ ଘରେ ଏନ୍‌ଡିଏ ସାଂସଦ ଏକଜୁଟ୍ ହୋଇଥିବା ସୂଚନା ମିଳିଛି ।

Leave a comment