ସିଏମଓରୁ ଦୁଇ ଫାଇଲ ଗାଏବ ଘଟଣାରେ ଭିକେ ପାଣ୍ଡିଆନଙ୍କୁ ନୋଟିସ,୨୫ ତାରିଖ ଦିନ ୧୧ଟାରେ ଏସିପିଙ୍କ ଅଫିସରେ ହାଜର ହେବାକୁ ନୋଟିସ

ସିଏମଓରୁ ଦୁଇ ଫାଇଲ ଗାଏବ ଘଟଣାରେ ଭିକେ ପାଣ୍ଡିଆନଙ୍କୁ ନୋଟିସ । ୨୫ ତାରିଖ ଦିନ ୧୧ଟାରେ ହାଜର ହେବାକୁ ନବୀନ ପଟ୍ଟନାୟକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ନୋଟିସ କରାଯାଇଛି  । ଭୁବନେଶ୍ବର ଜୋନ-୧ ଏସିପିଙ୍କ ଅଫିସରେ ହାଜର ହେବାକୁ କୁହାଯାଇଛି । ଫାଇଲ ମିସିଂ ମାମଲାରେ ପୂର୍ବରୁ ୨ ଅଧିକାରୀଙ୍କୁ ସମନ କରିଥିଲା ପୋଲିସ ।

ପୂର୍ବତନ ଆଇଏଏସ ରାଜେଶ ବର୍ମା ଓ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ସମନ ଜାରି ହୋଇଥିଲା । ଏହାପରେ ଗତ ୧୮ ତାରିଖରେ କ୍ୟାପିଟାଲ ଥାନାରେ ହାଜର ହୋଇଥିଲେ ମନୋଜ ମିଶ୍ର । ୨୦୨୪ରେ ସରକାର ପରିବର୍ତ୍ତନ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଫାଇଲ ମିସିଂ ନେଇ ଅଭିଯୋଗ ହୋଇଥିଲା ।

୨୦୦୮ରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଓ କନ୍ଧମାଳ ଦଙ୍ଗା ନେଇ ଜଷ୍ଟିସ ନାଇଡୁ କମିସନ ରିପୋର୍ଟ ଓ ୨୦୧୬ରେ ସମ ହସପିଟାଲ ଅଗ୍ନିକାଣ୍ଡର ଆରଡିସି ତଦନ୍ତ ରିପୋର୍ଟ ମିସିଂ ନେଇ କ୍ଯାପିଟାଲ ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ପାଇଁ ତିନିଜଣିଆ ସ୍ବତନ୍ତ୍ର ପୋଲିସ ଟିମ ଗଠନ କରାଯାଇଛି ।

Leave a comment